୮ଲକ୍ଷ ଟଙ୍କାର ଗହଣା ନେଇଗଲା ଘରୋଇ ସହାୟିକା

Advertisment
ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ଭୁବନେଶ୍ବର: ମାଲିକାଣୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରୋଇ ସହାୟିକା ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଚୋରି କରି ନେଇଛି ବୋଲି ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ବିଜେବିନଗର ବାସିନ୍ଦା ନମିତା ରାଉତ ତାଙ୍କ ଘରେ କାମ କରୁଥିବା ସହାୟିକା ଅଞ୍ଜଳି ନାୟକ ନାଁରେ ଏହି ଅଭିଯୋଗ କରିଛନ୍ତି। ପ୍ରାୟ ୧୩୦ ଗ୍ରାମ୍‌ର ସୁନାଗହଣା ଚୋରି ହୋଇଛି ବୋଲି ଶ୍ରୀମତୀ ରାଉତ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ସେ ଅଞ୍ଜଳି ନାଁରେ ଶ୍ରୀମତୀ ରାଉତଙ୍କ ଘ‌ରେ କାମ କରୁଥିବା ମହିଳା ହେଉଛି ଉଜ୍ଜଳା ନାୟକ। ପୂର୍ବରୁ ତା’ ନାଁରେ ଏମିତି ଅଭିଯୋଗ ରହିଛି। ସେ ବଡ଼ଗଡ଼ ଗାଁ ଅଞ୍ଚଳରେ ରହୁଥିବା ବେଳେ ମିଛରେ ୟୁନିଟ୍‌-୬ରେ ରହୁଛି ବୋଲି କହୁଥିବା ମଧ୍ୟ ଜଣାପଡ଼ିଛି।

ଶ୍ରୀମତୀ ରାଉତଙ୍କ ଅଭିଯୋଗ ଅନୁସାରେ ଗତ ମେ’ ମାସରେ ସେ ୟୁନିଟ୍-୬ ଅଞ୍ଚଳରେ ରହୁଥିବା ଅଞ୍ଜଳିକୁ ଘରୋଇ ସହାୟିକା ଭାବେ ରଖିଥିଲେ। କିନ୍ତୁ ସେ ଯେ ଅଞ୍ଜଳି ନୁହେଁ, ଉଜ୍ଜ୍ବଳା ବୋଲି ଶ୍ରୀମତୀ ରାଉତ ବୁଝିପାରି ନଥିଲେ। ଶ୍ରୀମତୀ ରାଉତଙ୍କ ଏକ ପ୍ରି-ନର୍ସରି ସ୍କୁଲ୍ ଅଛି। ତେଣୁ ସେଠାରେ ମଧ୍ୟ ନକଲି ଅଞ୍ଜଳି କେୟାର୍ ଟେକର୍ ଭାବରେ କାମ କରିଥିଲା। ଏକଦା ନମିତାଙ୍କ ଘରୁ ୫୦୦ ଟଙ୍କା ଓ ତାଙ୍କ ସ୍କୁଲ୍‌ର ଜଣେ ଶିକ୍ଷୟିତ୍ରୀଙ୍କ ବ୍ୟାଗ୍‌ରୁ ୪ହଜାର ଟଙ୍କା ଚୋରି ହୋଇଥିଲା। ନମିତା ଘଟଣାକୁ ଗୁରୁତ୍ବର ସହ ନେଇ ନକଲି ଅଞ୍ଜଳିକୁ ପଚାରିଥିଲେ ଏବଂ ସେ ଚୋରି କରିଥିବାରୁ କ୍ଷମା ମାଗିବା ସହ ୪ ହଜାର ଟଙ୍କା ଫେରାଇ ଦେଇଥିଲା। ତଥାପି ଶ୍ରୀମତୀ ରାଉତ ତାକୁ ବିଶ୍ବାସ କରି ପୁଣି କାମରେ ରଖିଥିଲେ। ଏହାର କିଛି ଦିନ ପରେ ନମିତାଙ୍କ ଘରୁ ପ୍ରାୟ ୧୩୦ ଗ୍ରାମ୍‌ର ଗହଣା ସେଟ୍ ଚୋରି ହୋଇଯାଇଥିଲା। ଏ ବାବଦରେ ଶ୍ରୀମତୀ ରାଉତ ଅଞ୍ଜଳିକୁ ପଚରାଉଚରା କରିବାରୁ ସେ ମାନି ନଥିଲା ଓ ପରଦିନଠାରୁ ଆଉ କାମକୁ ଆସିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe