୮ ମୋବାଇଲ୍ ଜବତ, ୩ ଗିରଫ

Advertisment
ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ

ଭୁବନେଶ୍ୱର : ମୋବାଇଲ୍ ଝାମ୍ପି କମିସନରେଟ୍‌ ପୁଲିସର ନିଦ ହଜାଇଥିବା ୩ ଲୁଟେରାଙ୍କୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ। ସେମାନଙ୍କ ନିକଟରୁ ପୁଲିସ ୮ଟି ମୋବାଇଲ୍ ଓ ଗୋଟିଏ ବାଇକ୍ ଜବତ କରିଛି। ଅଭିଯୁକ୍ତମାନେ ହେଲେ, ପାଇକନଗର ବିବେକାନନ୍ଦ ହସ୍ପିଟାଲ ଗଳି ବସ୍ତିରେ ରହୁଥିବା ଭଦ୍ରକ ବାସୁଦେବପୁରର ଜୁନେଦ୍ ଖାନ୍‌, ୟୁନିଟ୍‌-୬ ଗଙ୍ଗନଗରରେ ରହୁଥିବା ନୟାଗଡ଼ ଇଟାମାଟିର ସୁଦର୍ଶନ ନାୟକ ଓ କାଳୀମନ୍ଦିର ନିକଟରେ ରହୁଥିବା ବୋଲଗଡ଼ର ବିଦେଶୀ ଦଳେଇ।

ଗତ ଫେବ୍ରୁଆରି ୨୩ତାରିଖରେ କେନ୍ଦ୍ରାପଡ଼ାର ରାଜଶ୍ରୀ ସାହୁ ନୂଆପଲ୍ଲୀ ଇନ୍ଦ୍ର ମଇଦାନ କଡ଼ରେ ଛିଡ଼ା ହୋଇଥିବା ବେଳେ ଦୁଇଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କ ମୋବଇଲ୍ ଝାମ୍ପି ନେଇଥିଲେ। ଫେବ୍ରୁଆରି ୨୫ ତାରିଖ‌ରେ ପୁଲିସ୍‌ ଅଭିଯୁକ୍ତ ଅଜୟ ଦାସକୁ ଗିରଫ କରିଥିବା ବେଳେ ଆଜି ତାର ସହଯୋଗୀ ଜୁନେଦ୍‌କୁ ଗିରଫ କରିଛି। ସେହିପରି ଗତ ୨୬ ତାରିଖ ସକାଳ ସାଢ଼େ ୯ଟା ବେଳେ ଲିସା ମିଶ୍ର ନୂଆପଲ୍ଲୀ ବେହେରା ସାହି ଦେଇ ଯାଉଥିବା ବେଳେ କାଳୀମନ୍ଦିର ନିକଟରେ ଦୁର୍ବୃତ୍ତ ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ଅଭିଯୋଗ ହେବା ପରେ ଗତ ୨୭ ତାରିଖ ସୁଦର୍ଶନ ଓ ବିଦେଶୀକୁ ଗିରଫ କରି ନୂଆପଲ୍ଲୀ ଥାନା ପୁଲିସ ଜେରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe