World Animal Protection India
ଭୁବନେଶ୍ବର: ଚଳିତ ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି। ସୁପ୍ରିମ୍କୋର୍ଟଙ୍କ ନିର୍ଦେଶ ମୁତାବକ କେବଳ ଗ୍ରୀନ୍ କ୍ରାକର(ସବୁଜ ବାଣ) ଫୁଟାଇବାକୁ ଅନୁମତି ଦିଆଯାଇଛି। ଯେଉଁ ବ୍ୟବସାୟୀମାନେ ବାଣ ବିକ୍ରି କରିବେ, ସେମାନେ କେବଳ ଏହି ଗ୍ରିନ୍ କ୍ରାକର ହିଁ ବିକିପାରିବେ। ଲୋକମାନେ ରାତି ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇପାରିବେ। ହେଲେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧର୍ମସ୍ଥଳର ୧୦୦ ମିଟର ପରିସୀମାରେ ଆପତ୍ତିଜନକ ବାଣ ଫୁଟାଇବାକୁ ବାରଣ କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିସନରେଟ୍ ପୁଲିସ ସତର୍କ କରି ଦେଇଛି। ଏହି ଛାଟ ପରେ ବାଣ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି। ଭୁବନେଶ୍ବରରେ ଦିନକୁ ଦିନ ବାୟୂ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଦୀପାବଳିର ବାଣଫୁଟା ଏହାକୁ ଗୋଟିଏ ଦିନରେ ହିଁ ଅନେକ ଗୁଣରେ ବଢ଼ାଇ ଦିଏ। ବାୟୂ ପ୍ରଦୂଷଣ ସହିତ ଶବ୍ଦ ପ୍ରଦୂଷଣ ମଧ୍ୟ ସାଂଘାତିକ ସ୍ଥିତି ସୃଷ୍ଟିକରେ। ବାଣଫୁଟା ସମୟରେ ଅନେକ ଅଘଟଣ ବି ଘଟେ। ଏ ସମସ୍ତ ଦିଗକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ୫୦୦ରୁ ଊର୍ଧ୍ବ ବାଣ ବ୍ୟବସାୟୀ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ପାଖାପାଖି ୯୦ ପ୍ରତିଶତଙ୍କୁ ଅନୁମତି ମିଳିଥିଲା। ସେମାନେ ବରମୁଣ୍ଡା, ରସୁଲଗଡ଼, ଚନ୍ଦ୍ରଶେଖରପୁର, ଜଟଣୀ ଭଳି ବଡ଼ ବଡ଼ ପଡ଼ିଆ ଓ ଖୋଲା ଅଞ୍ଚଳରେ ବାଣ ବଜାର ଲଗାଇବେ। ଅଗ୍ନି ନିରାପତ୍ତା ଦୃଷ୍ଟିକୁ ମଧ୍ୟ ଗୁରୁତ୍ବ ଦେବେ। ଏସବୁ ଭିତରେ ବ୍ୟବସାୟୀମାନେ ଗ୍ରିନ୍ କ୍ରାକର ବିକ୍ରି କରୁଛନ୍ତି ନା ନାହିଁ ଓ ନିୟମ ମୁତାବକ ଦୋକାନ କରିଛନ୍ତି ନା ନାହିଁ ଯାଞ୍ଚ କରିବାଲାଗି ଡିସିପି ପ୍ରତୀକ ସିଂହ ଦୁଇଟି ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରିଛନ୍ତି। ଦୁଇଜଣ ଏସିପିଙ୍କ ନେତୃତ୍ବରେ ପ୍ରଦୂଷଣ ବୋର୍ଡର କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ ମିଳିତ ଭାବେ ବାଣ ବଜାରଗୁଡ଼ିକ ଉପରେ ନଜର ରଖିବେ। ଏହାଛଡ଼ା ନିଜ ଅଞ୍ଚଳ ଉପରେ ନଜର ରଖିବାଲାଗି ପ୍ରତି ଥାନାକୁ ସତର୍କ ରହିବାକୁ ଡିସିପି ଶ୍ରୀ ସିଂହ ନିର୍ଦେଶ ଦେଇଛନ୍ତି। ଲୋକମାନେ ନିର୍ଦ୍ଧାରିତ ସମୟ ଭିତରେ ହିଁ ବାଣ ଫୁଟାଇବାକୁ ନିଶ୍ଚିତ କରିବାଲାଗି ପୁଲିସ ଓ ପାଟ୍ରୋଲିଂ ଟିମ୍ ନିରନ୍ତର ନଜର ରଖିବେ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।
କେବଳ ସବୁଜ ବାଣ, ଗ୍ରିନ୍ କ୍ରାକର୍ କେମିତି ଚିହ୍ନିବେ?
ଭୁବନେଶ୍ବର: ଚଳିତ ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି। ସୁପ୍ରିମ୍କୋର୍ଟଙ୍କ ନିର୍ଦେଶ ମୁତାବକ କେବଳ ଗ୍ରୀନ୍ କ୍ରାକର(ସବୁଜ ବାଣ) ଫୁଟାଇବାକୁ ଅନୁମତି ଦିଆଯାଇଛି। ଯେଉଁ ବ୍ୟବସାୟୀମାନେ ବାଣ ବିକ୍ରି କରିବେ, ସେମାନେ କେବଳ ଏହି ଗ୍ରିନ୍ କ୍ରାକର ହିଁ ବିକିପାରିବେ। ଲୋକମାନେ ରାତି ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇପାରିବେ। ହେଲେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧର୍ମସ୍ଥଳର ୧୦୦ ମିଟର ପରିସୀମାରେ ଆପତ୍ତିଜନକ ବାଣ ଫୁଟାଇବାକୁ ବାରଣ କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିସନରେଟ୍ ପୁଲିସ ସତର୍କ କରି ଦେଇଛି। ଏହି ଛାଟ ପରେ ବାଣ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି।
ଭୁବନେଶ୍ବରରେ ଦିନକୁ ଦିନ ବାୟୂ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଦୀପାବଳିର ବାଣଫୁଟା ଏହାକୁ ଗୋଟିଏ ଦିନରେ ହିଁ ଅନେକ ଗୁଣରେ ବଢ଼ାଇ ଦିଏ। ବାୟୂ ପ୍ରଦୂଷଣ ସହିତ ଶବ୍ଦ ପ୍ରଦୂଷଣ ମଧ୍ୟ ସାଂଘାତିକ ସ୍ଥିତି ସୃଷ୍ଟିକରେ। ବାଣଫୁଟା ସମୟରେ ଅନେକ ଅଘଟଣ ବି ଘଟେ। ଏ ସମସ୍ତ ଦିଗକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ୫୦୦ରୁ ଊର୍ଧ୍ବ ବାଣ ବ୍ୟବସାୟୀ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ପାଖାପାଖି ୯୦ ପ୍ରତିଶତଙ୍କୁ ଅନୁମତି ମିଳିଥିଲା। ସେମାନେ ବରମୁଣ୍ଡା, ରସୁଲଗଡ଼, ଚନ୍ଦ୍ରଶେଖରପୁର, ଜଟଣୀ ଭଳି ବଡ଼ ବଡ଼ ପଡ଼ିଆ ଓ ଖୋଲା ଅଞ୍ଚଳରେ ବାଣ ବଜାର ଲଗାଇବେ। ଅଗ୍ନି ନିରାପତ୍ତା ଦୃଷ୍ଟିକୁ ମଧ୍ୟ ଗୁରୁତ୍ବ ଦେବେ। ଏସବୁ ଭିତରେ ବ୍ୟବସାୟୀମାନେ ଗ୍ରିନ୍ କ୍ରାକର ବିକ୍ରି କରୁଛନ୍ତି ନା ନାହିଁ ଓ ନିୟମ ମୁତାବକ ଦୋକାନ କରିଛନ୍ତି ନା ନାହିଁ ଯାଞ୍ଚ କରିବାଲାଗି ଡିସିପି ପ୍ରତୀକ ସିଂହ ଦୁଇଟି ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରିଛନ୍ତି। ଦୁଇଜଣ ଏସିପିଙ୍କ ନେତୃତ୍ବରେ ପ୍ରଦୂଷଣ ବୋର୍ଡର କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ ମିଳିତ ଭାବେ ବାଣ ବଜାରଗୁଡ଼ିକ ଉପରେ ନଜର ରଖିବେ। ଏହାଛଡ଼ା ନିଜ ଅଞ୍ଚଳ ଉପରେ ନଜର ରଖିବାଲାଗି ପ୍ରତି ଥାନାକୁ ସତର୍କ ରହିବାକୁ ଡିସିପି ଶ୍ରୀ ସିଂହ ନିର୍ଦେଶ ଦେଇଛନ୍ତି। ଲୋକମାନେ ନିର୍ଦ୍ଧାରିତ ସମୟ ଭିତରେ ହିଁ ବାଣ ଫୁଟାଇବାକୁ ନିଶ୍ଚିତ କରିବାଲାଗି ପୁଲିସ ଓ ପାଟ୍ରୋଲିଂ ଟିମ୍ ନିରନ୍ତର ନଜର ରଖିବେ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।
ଗ୍ରିନ୍ କ୍ରାକର୍ କେମିତି ଚିହ୍ନିବେ?
ଗ୍ରିନ୍ କ୍ରାକର କ’ଣ? କିପରି ଏହାକୁ ଚିହ୍ନଟ କରିବେ? ଏନେଇ ଅନେକ ଲୋକଙ୍କ ମନରେ ମାଳ ମାଳ ପ୍ରଶ୍ନ ରହିଛି। ପରିବେଶବିତ୍ଙ୍କ ମତରେ, ସବୁଜ ବାଣରେ ଅପେକ୍ଷାକୃତ ସ୍ୱଳ୍ପ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ। ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ୍ ଓ ବେରିୟମ୍ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ ରାସାୟନିକ ମିଶୁଥିବା ବେଳେ ସବୁଜ ବାଣରେ ଏସବୁ ନଥାଏ। ସବୁଜ ବାଣରେ ଆଲୁମିନିୟମ୍, ଲିଡ୍ ଓ କାର୍ବନ ଥାଏ। ଏହା ଫୁଟିବା ବେଳେ କମ୍ ଅଙ୍ଗାରକାମ୍ଳ ନିର୍ଗତ କରିଥାଏ। ପାରମ୍ପରିକ ବାଣର ଶବ୍ଦ ତୀବ୍ରତା ୧୬୦ ଡେସିବେଲ୍ ପାଖାପାଖି ଥିବାବେଳେ ସବୁଜ ବାଣରେ ଏହା ୧୧୦ରୁ ୧୨୫ ଡେସିବେଲ୍ ମଧ୍ୟରେ ରହିଥାଏ। ସେହିପରି ସବୁଜବାଣ ପ୍ୟାକେଟରେ ସିଏସ୍ଆଇଆର୍ ଅନୁମତିର ସବୁଜ ଲୋଗୋ ଥାଏ। ଫଳରେ ଏହାକୁ ସହଜରେ ଚିହ୍ନଟ କରା ଯାଇପାରେ।
ଉଚ୍ଚ ଶବ୍ଦକାରୀ ବାଣକୁ ନା
ଭୁବନେଶ୍ବର: ବଢ଼ୁଛି ଭୁବନେଶ୍ବର ପ୍ରଦୂଷଣ। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ବେଳେ ଦୀପାବଳୀରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି। ଆତସବାଜି ବ୍ୟବହାର ଯୋଗୁଁ ଅଗ୍ନି ଓ ବିସ୍ଫୋରଣ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହେବା ସହ ଏଥିରୁ ନିର୍ଗତ ବିଷାକ୍ତ ଗ୍ୟାସ, ଧୂଳିକଣା ଓ ଶବ୍ଦ ଯୋଗୁଁ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ। ବିଶେଷ କରି ଶିଶୁ, ବରିଷ୍ଠ ନଗରିକ, ରୋଗୀ ତଥା ସର୍ବସାଧାରଣଙ୍କ ସ୍ବାସ୍ଥ୍ୟ ଓ ପରିବେଶକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ କଟକଣା ଲଗାଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ନୀରବ ଅଞ୍ଚଳ ଯଥା ତକ୍ତରାଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ଅନୁଷ୍ଠାନ ଆଦିର ୧୦୦ ମିଟର ପରିସୀମା ମଧ୍ୟରେ ବାଣ ଫୁଟାଇବା ବାରଣ ହୋଇଛି। ଘରଠାରୁ ଦୂରରେ ଅର୍ଥାତ୍ ଖୋଲା ସ୍ଥାନରେ ସବୁଜ ବାଣ ଫୁଟାଇବା ଉଚିତ। ସାଧାରଣତଃ ଏହି ସବୁଜ ବାଣରେ କୌଣସି ପ୍ରକାର କ୍ଷତିକାରକ କରିବା ଭଳି କେମିକାଲ ନଥାଏ ଏବଂ ଏହି ବାଣ ଫୁଟିବା ପରେ କମ୍ ପାଉଁଶ ବାହାରିଥାଏ। ୨୦୨୧ ନଭେମ୍ବର ୧ ନିର୍ଦ୍ଦେଶ ଅନୁଯାୟୀ ସବୁଜ ବାଣ ପ୍ରସ୍ତୁତି ଓ ବ୍ୟବହାରକୁ ସିଏସ୍ଆଇଆର-ଏନ୍ଇଇଆରଆଇ ସଂସ୍ଥା ଦ୍ବାରା ସ୍ବୀକୃତି ପ୍ରଦାନ କରାଯାଇଛି।
ସବୁଜ ବାଣ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିଛନ୍ତି। ବାରିୟମ ଓ ନିଷିଦ୍ଧ ରସାୟନ ମଧ୍ୟ ଆତସବାଜୀରେ ବ୍ୟବହାର ନିଷିଦ୍ଧ ହୋଇଛି। ୧୨୫ ଡେସିବଲ୍ ସ୍ତରରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହୋଇଛି। ନିୟମର କୌଣସି ଖିଲାପ ହେଲେ ଓଡ଼ିଶା(ଆତସବାଜି ଓ ଡାକବାଜି ଯନ୍ତ୍ର ପ୍ରବିଧାନ) ଆଇନ ୧୯୫୮ ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୦୦ ଅନୁଯାୟୀ ଦଣ୍ଡନୀୟ ଅଟେ। ଏ ସମ୍ପର୍କିତ ଯେକୌଣସି ଅଭିଯୋଗ ସଂପୃକ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପା, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
Follow Us