୧୧ ବୁଲେଟ୍‌ରେ କୌଶଳ‌ ଦେଖାଇବେ ୮୦ ଛାତ୍ରଛାତ୍ରୀ: ମହର୍ଷି ଡେୟାର ଡେଭିଲ୍‌ସ ସୃଷ୍ଟି କରିବେ ‘ରାଫେଲ୍‌’ର ଭ୍ରମ

Advertisment

ବୁଲେଟ୍‌ ଗାଡ଼ି ଚଢ଼ିବେ ୯ ଜଣ। ଜଣକ ଉପରେ ଜଣେ ବସି ଜାତୀୟ ପତାକା ଧରି ଦେଖାଇବେ କୌଶଳ। ସାଧାରଣତନ୍ତ୍ର ଦିବସ ଅବସରରେ ଏଭଳି ଦୁଃସାହସିକ କୌଶଳ ସହ ଦେଖିବାକୁ ମିଳିବ ରାଫେଲ୍‌ ଯୁଦ୍ଧ ବିମାନର ପ୍ରତୀକ।

ବୁଲେଟ୍‌ ଗାଡ଼ି ଚଢ଼ିବେ ୯ ଜଣ। ଜଣକ ଉପରେ ଜଣେ ବସି ଜାତୀୟ ପତାକା ଧରି ଦେଖାଇବେ କୌଶଳ। ସାଧାରଣତନ୍ତ୍ର ଦିବସ ଅବସରରେ ଏଭଳି ଦୁଃସାହସିକ କୌଶଳ ସହ ଦେଖିବାକୁ ମିଳିବ ରାଫେଲ୍‌ ଯୁଦ୍ଧ ବିମାନର ପ୍ରତୀକ।

ffssffc

ଭୁବନେଶ୍ବର: ବୁଲେଟ୍‌ ଗାଡ଼ି ଚଢ଼ିବେ ୯ ଜଣ। ଜଣକ ଉପରେ ଜଣେ ବସି ଜାତୀୟ ପତାକା ଧରି ଦେଖାଇବେ କୌଶଳ। ସାଧାରଣତନ୍ତ୍ର ଦିବସ ଅବସରରେ ଏଭଳି ଦୁଃସାହସିକ କୌଶଳ ସହ ଦେଖିବାକୁ ମିଳିବ ରାଫେଲ୍‌ ଯୁଦ୍ଧ ବିମାନର ପ୍ରତୀକ। ୮୦ ଜଣ ଯୁବକ ଯୁବତୀ ବୁଲେଟ୍‌ରେ ରାଫେଲ୍‌କୁ ଉପସ୍ଥାପନ କରିବେ। ୫୭ ପୁଅ ୨୩ ଝିଅ ବୁଲେଟ୍‌ରେ ବସି ‌ଭାରତୀୟ ବା‌ୟୁ ‌ସେନାର ୪.୫ ଜେନେରସନ୍‌ ଅତ୍ୟାଧୁନିକ ଯୁଦ୍ଧ ଯାହାଜ ‘ରାଫେଲ୍‌’ର ଭ୍ରମ ସୃଷ୍ଟି କରି‌ବେ। +୩ ବାଣିଜ୍ୟ ବିଭା‌ଗର ମୟାଙ୍କ୍‌ ‌ଜୈନ ଓ ଇଂରାଜୀ ବିଭାଗର ସ୍ବସ୍ତି କିରଣଙ୍କ ନେତୃତ୍ବରେ ମହର୍ଷି ଡେୟାର ଡେଭିଲ୍ସ ଏହି ଯାଦୁ ଦେଖାଇବ।  

ଏକ ସ୍ବତନ୍ତ୍ର ପ୍ରଦର୍ଶନ ସହ  ‘ବିକଶିତ ଓଡ଼ିଶା’ର ବାର୍ତ୍ତା ଦେବ ଏହି ଦଳ। ମୁଖ୍ୟ ବୁ‌ଲେଟ୍‌‌ରେ ୯ ଜଣ ଓ ଅନ୍ୟ ୧୦ ବାଇକ୍‌ରେ ୭ ଜଣ ‌ଲେଖାଏ ଜଣକ ପରେ ଜଣେ ଛିଡା ହୋଇ ଏହି ପ୍ରଦର୍ଶନ କରିବାକୁ ଯୋଜନା ହୋଇଛି। ପଛରେ ୬୫୦ ସିସି ବୁଲେଟ୍‌ରେ ଜଣେ ଯୁବତୀ ଦଣ୍ଡାୟମାନ ହୋଇ ପତାକା ଧରିବେ। ଏହା ରାଫେଲ୍‌ ସଦୃଶ ପ୍ରତୀୟମାନ ହେବ। ଅଢ଼େଇ ମିନିଟ୍‌ର ଏହି ଦୁଃସାହସିକ ପ୍ରଦର୍ଶନ ଦର୍ଶକଙ୍କୁ ଏକ ନିଆରା ଅନୁଭୂତି ଦେବ ବୋଲି କହିଛନ୍ତି ମହର୍ଷି ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଅଧ୍ୟାପକ ତଥା ପ୍ରଶିକ୍ଷକ ମିହିର ରଂଜନ ସରଣ। ମାସେ କାଳ ସେ ପ୍ରଶିକ୍ଷଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିଛନ୍ତି। ପ୍ରଥମେ ଡାଇମଣ୍ଡ୍‌ ଓ ମଞ୍ଚ ସମ୍ମୁଖରେ ‘ଆରୋ ହେଡ୍‌’ ଫର୍ମେସନ କରିବେ। ବିଗତ ଦିନରେ ଉତ୍କୃଷ୍ଟ ସମାଜସେବା ପାଇଁ ମହର୍ଷି ଡେୟାର ଡେଭିଲ୍‌ସକୁ ନଗର ବନ୍ଧୁ ସମ୍ମାନ ମିଳିଥିବା ବେଳେ ପ୍ରକୃତି କ୍ଷେତ୍ରରେ ଅବଦାନ ଯୋଗୁଁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ୧୩ ବର୍ଷ ହେଲା ଛାତ୍ରଛାତ୍ରୀମାନେ ଏଭଳି କୌଶଳ ପ୍ରଦର୍ଶନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe