ୟୁକୋ ବ୍ୟାଙ୍କର ୮୦ତମ ପ୍ରତିଷ୍ଠା ଦିବସ

Advertisment
ୟୁକୋ ବ୍ୟାଙ୍କର ୮୦ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ୟୁକୋ ବ୍ୟାଙ୍କର ୮୦ତମ ପ୍ରତିଷ୍ଠା ଦିବସ ଗତ ୬ ତାରିଖରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ୱାକାଥନ୍ କରାଯାଇଥିଲା। ବ୍ୟାଙ୍କର ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ଗୌତମ ପାତ୍ର, ଉପ-ମହାପ୍ରବନ୍ଧକ ଆର୍‌.ସି ସାହୁ, ଉପ-ମହାପ୍ରବନ୍ଧକ ସୁଭାଷ ଚନ୍ଦ୍ର ମହାପାତ୍ର, ଏଫ୍‌ଆଇ ଏବଂ ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀବୃନ୍ଦ, ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ର, ଫିଲ୍ଡ ଇନ୍ସପେକ୍ଟରେଟ୍‌ ଏବଂ ସହରାଞ୍ଚଳ ଶାଖାଗୁଡ଼ିକର କର୍ମଚାରୀମାନଙ୍କ ସମେତ ଅବସରପ୍ରାପ୍ତ କର୍ମଚାରୀମାନେ ଏହି ୱାକାଥନ୍‌ରେ ଅଂଶଗ୍ରହଣ କରିଥିଲେ।

ଚାରାରୋପଣ, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଆଦି ବିଭିନ୍ନପ୍ରକାରର କାର୍ଯ୍ୟକ୍ରମ ଏହି ଉପଲକ୍ଷେ ଆୟୋଜିତ ହୋଇଥିଲା। ସଂଧ୍ୟାରେ ବ୍ୟାଙ୍କ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe