ବିଦେଶ ଯିବାକୁ ଟିକା ପାଇଁ ପଞ୍ଜୀକରଣ କଲେ ୮୩ ଶିକ୍ଷାର୍ଥୀ, ୧୯ଜଣ ଟିକା ନେଲେଣି

Advertisment
ସମସ୍ତଙ୍କୁ ଟିକା ଦେବାରେ ଭୁବନେଶ୍ବର ହେବ ପ୍ରଥମ ସହର!

ValuePenguin

ଭୁବନେଶ୍ବର : ଭୁବନେଶ୍ବରରେ କୋଭାକ୍ସିନ୍ ଟିକା ଦିଆଯାଉଥିଲେ ହେଁ ବିଦେଶ ଯିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଏହି ଟିକା କାମରେ ଲାଗିବନି। ତେଣୁ ବିଦେଶକୁ ପଢ଼ିବାକୁ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ କୋଭିସିଲ୍‌ଡ ଟିକା ଦେବାକୁ ବିଏମ୍‌ସି ପକ୍ଷରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ସପ୍ତାହକ ମଧ୍ୟରେ ୮୩ଜଣ ଏନେଇ ନାମ ପଞ୍ଜୀକରଣ କରିଥିବାବେଳେ ୧୯ଜଣଙ୍କୁ ଟିକା ଦିଆଯାଇଛି। ବାକି ୬୪ଜଣଙ୍କୁ ଦୁଇ ଦିନ ମଧ୍ୟରେ ଟିକା ଦିଆଯିବ ବୋଲି ଜଣାପଡ଼ିଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ବିଦେଶରେ ପଢ଼ିବାକୁ ଯିବାର ଅଛି ସେମାନେ ୧୯୨୯ ନମ୍ବରରେ ଫୋନ୍‌ କରି ନାମ ପଞ୍ଜୀକରଣ କରିବାକୁ କୁହାଯାଇଥିଲା। ଏହାପରେ ସେମାନେ ସେମାନଙ୍କର ଆବଶ୍ୟକ ଡକୁମେଣ୍ଟ ଦେଖାଇବା ପରେ ତାଙ୍କୁ କୋଭିସିଲ୍‌ଡ ଟିକା ଦିଆଯାଇଛି। ଏଥିପାଇଁ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଗୋପାଳପୁରରେ ଥିବା ସିଏମ୍‌ସି କଲ୍ୟାଣ ମଣ୍ଡପରେ କୋଭିସିଲ୍‌ଡ ଟିକା ଦେବା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe