୯ମ ଓ ୧୦ମ ଶ୍ରେଣୀ ପାଠ୍ୟପୁସ୍ତକ ମିଳିବା ପ୍ରସଙ୍ଗ: ମେ’ ପ୍ରଥମ ସପ୍ତାହରୁ ବହି ବିକ୍ରି

ପାଠପଢ଼ା ଛାଡ଼ିବେ ମେଧାବୀ ଛାତ୍ରୀ ତାରିଣୀ!

Jing.fm

ଭୁବନେଶ୍ୱର: ମେ’ ପ୍ରଥମ ସପ୍ତାହ ସୁଦ୍ଧା ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ନିକଟରେ ବହି ପହଞ୍ଚିବ। ଲକ୍‌ଡାଉନ୍‌ ସମୟରେ ବି ପିଲାଙ୍କୁ ବହି ବିକ୍ରି ଦିଗରେ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟରେ ଥିବା ୪ଟି ଜୋନ୍‌ ଯଥା ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ଵର ଓ ସମ୍ବଲପୁର କାର୍ଯ୍ୟାଳୟକୁ ପୁସ୍ତକ ପଠାଯିବ। ଜୋନ୍‌ କାର୍ଯ୍ୟାଳୟକୁ ବହି ପଠାଇବା ପାଇଁ ଗାଡ଼ିକୁ ଅନୁମତି ଦେବା ପାଇଁ କଟକ ଡିସିପିଙ୍କୁ ପରିଷଦ ପକ୍ଷରୁ ଅନୁମତି ମଗାଯାଇଥିଲା। ପୁସ୍ତକ ଯିବା ପାଇଁ ଡିସିପି ଅନୁମତି ପ୍ରଦାନ କରି ସାରିଥିବା ଜଣାପଡ଼ିଛି। ସମ୍ବଲପୁର, ବହ୍ମପୁର, ବାଲେଶ୍ବର ଓ ଭୁବନେଶ୍ବର ଜୋନ୍‌ କାର୍ଯ୍ୟାଳୟରେ ବହି ପହଞ୍ଚିବା ପରେ ଜୋନ୍‌ କାର୍ଯ୍ୟାଳୟ ପକ୍ଷରୁ ସେଲ୍‌ କାଉଣ୍ଟର୍‌ ଖୋଲାଯାଇ ବହି ବିକ୍ରି କରାଯିବ। ସମ୍ବଲପୁରକୁ ଦୁଇଟି ଦଶଚକିଆ ଯାନରେ ବହି ପଠାଯିବାକୁ ଥିବା ବେଳେ ଭୁବନେଶ୍ୱରକୁ ଦୁଇଟି ୬ଚକିଆ ଯାନ ଓ ବ୍ରହ୍ମପୁରକୁ ଗୋଟିଏ ଦଶ ଚକିଆ ଯାନରେ ବହି ପଠାଯିବ। ୧୫ ଦିନ ମଧ୍ୟରେ ବହି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ମାର୍ଚ୍ଚ ୨୬ରୁ ବହି ବଣ୍ଟନ ପାଇଁ ପରିଷଦ ଯୋଜନା କରିଥିଲେ ମଧ୍ୟ ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ରହିଥିଲା। ଚଳିତ ବର୍ଷ ମାଟ୍ରିକ୍‌ ପାଠ୍ୟକ୍ରମର ୮ଟି ବିଷୟରେ ପୁସ୍ତକ ପରିବର୍ତ୍ତନ ହୋଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପରିଷଦ ପକ୍ଷରୁ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ପୁସ୍ତକ ଜୋନ୍‌ଗୁଡ଼ିକ ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଏବେ କାଳବୈଶାଖୀ ଓ ବର୍ଷା ହେଉଥିବାରୁ ବହି ପଠାଯାଇପାରୁନି। ତଥାପି ଆସନ୍ତା ସପ୍ତାହ ସୁଦ୍ଧା ପାଗ ଭଲ ହେବା ପରେ ବହି ପଠାଯିବ। ମେ’ ପ୍ରଥମ ସପ୍ତାହରୁ ଛାତ୍ରଛାତ୍ରୀ ବହି ପାଇପାରିବେ। ଏହାଦ୍ବାରା ସେମାନେ ଲକ୍‌ଡାଉନ୍‌‌‌‌‌ରେ ଘରେ ରହି ସହଜରେ ପାଠ ପଢ଼ିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe