ଆଇଗିଣିଆ ଆଳୁ ଗଦିରୁ ବାହାରିଲେ ୯ ଆକ୍ରାନ୍ତ

ମଞ୍ଚେଶ୍ୱରରେ ୪କାରଖାନା ୭ଦିନ ପାଇଁ ସିଲ୍‌

ଆଇଗିଣିଆ ଆଳୁ ଗଦିରୁ ବାହାରିଲେ ୯ ଆକ୍ରାନ୍ତ

The Arizona Republic

ଭୁବନେଶ୍ୱର : ଆଇଗିଣିଆ ଆଳୁ ଗଦିରୁ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ପରିବା ଗୋଦାମର ମାଲିକଙ୍କ ସମେତ କର୍ମଚାରୀ ଏଥିରେ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଇଗିଣିଆରେ ଥିବା ଏହି ପରିବା ଗୋଦାମର ମାଲିକଙ୍କ ବାପା ଅସୁସ୍ଥତା ଯୋଗୁଁ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦୁଇ ପୁଅ ଓ ଦୁଇ ଜଣ କର୍ମଚାରୀ ଆଟେଣ୍ଡାଣ୍ଟ ଭାବେ ସେଠାକୁ ଯାଇଥିଲେ। ଏହାପରେ ସମସ୍ତେ କରୋନା ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ବାପା କରୋନା ଆକ୍ରାନ୍ତ ହେବା ପରେ ଏବେ ଦୁଇ ପୁଅଙ୍କ ସମେତ ୭ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ପରିବା ଗୋଦାମ ବ୍ୟବସାୟୀଙ୍କ ବାପା କରୋନା ଆକ୍ରାନ୍ତ ହେବା ପରେ ଏମାନେ ସଙ୍ଗରୋଧରେ ଥିଲେ। ଏବେ ସେମାନେ କରୋନା ଆକ୍ରାନ୍ତ ହେବା ପରେ ଏଠାରେ କାମ କରୁଥିବା ଆଉ ପ୍ରାୟ ୪୦ଜଣଙ୍କର ସ୍ବାବ୍‌ ସଂଗ୍ରହ ହୋଇଛି। କିନ୍ତୁ ବିଏମ୍‌ସି ପକ୍ଷରୁ ଏହି ପରିବା ଗୋଦାମକୁ ବନ୍ଦ କରାଯାଇନି କି ଆଳୁ ଗଦି ସିଲ୍‌ ହୋଇନି।

ଏହି ପରିବା ‌ଗୋଦାମରୁ ଭୁବନେଶ୍ବର ସମେତ ନିକଟବର୍ତ୍ତୀ ତିନିରୁ ଚାରିଟି ଜିଲ୍ଲାକୁ କଞ୍ଚା ପରିବା ଯୋଗାଣ ହେଉଥିବାବେଳେ ଆଳୁ ଗଦିରୁ ରାଜଧାନୀ ସମେତ ବହୁ ଜିଲ୍ଲାକୁ ଆଳୁ, ପିଆଜ ଯୋଗାଣ ହେଉଛି। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ସିଲ୍‌ କରିବା ପରିବର୍ତ୍ତେ ଏଠାରେ ଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି।

ସୂଚନାଯୋଗ୍ୟ, ମଞ୍ଚେଶ୍ବରରେ ଥିବା ଏକ କାରଖାନାରୁ ୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଆଜି ଏହା ନିକଟରେ ଥିବା ଆଉ ୪ଟି କାରଖାନାକୁ ୭ଦିନ ପାଇଁ ସିଲ୍‌ କରାଯାଇଛି। ଏହି ୭ଦିନ ଭିତରେ ସମସ୍ତ କାରଖାନାକୁ ବିଶୋଧନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe