ବାଲିଅନ୍ତା: ବ୍ଲକସ୍ତରୀୟ ‘ସୁରଭି’ ପ୍ରତିଯୋଗିତାରେ ବାଳକାଟିସ୍ଥିତ ପ୍ରତାପ ଶାସନ ବାଳିକା ଉଚ୍ଚ ବିଦ୍ୟାଳୟର ୯ଜଣ ଛାତ୍ରୀ ପୁରସ୍କୃତ ହୋଇଛନ୍ତି। ୭ଜଣ ଭିନ୍ନଭିନ୍ନ ବିଭାଗରେ ପ୍ରଥମ ହୋଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିବା ବେଳେ ଦୁଇ ଜଣ ତୃତୀୟ ହାସଲ କରିଛନ୍ତି। ବରିଷ୍ଠ ବିଭାଗରେ ସୁମିତ୍ରା କୁଣ୍ଡୁ (ଲଘୁ ସଙ୍ଗୀତ), ବର୍ଷାରାଣୀ ସାହୁ (ପ୍ରବନ୍ଧ ଲିଖନ), କିରଣ ସାହୁ (ସୃଜନଶୀଳ ଲେଖନ), ଶୁଭଲକ୍ଷ୍ମୀ ପୃଷ୍ଟି (ଅନର୍ଗଳ ବକ୍ତୃତା), ସ୍ମୃତିଶିଖା ଶତପଥୀ (ଚିତ୍ରାଙ୍କନ) ଏବଂ ଶୁଭଲକ୍ଷ୍ମୀ ମଲ୍ଲିକ (ବକ୍ତୃତା)ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସେହିପରି କନିଷ୍ଠ ବିଭାଗରେ ସୁଶ୍ରୀ ଶୁଭଦର୍ଶିନୀ ଦାସ (ଅନର୍ଗଳ ବକ୍ତୃତା)ରେ ପ୍ରଥମ ହୋଇଥିବା ବେଳେ ଲଘୁ ସଙ୍ଗୀତରେ ମାମାଲି ପ୍ରଧାନ ଓ ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସୁଶ୍ରୀତା ସାହୁ ତୃତୀୟ ହୋଇଛନ୍ତି। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଶିକ୍ଷୟିତ୍ରୀମାନେ କୃତଜ୍ଞତା ଜଣାଇଛନ୍ତି।
ପ୍ରତାପ ଶାସନ ବାଳିକା ଉଚ୍ଚ ବିଦ୍ୟାଳୟର ୯ ଛାତ୍ରୀ ପୁରସ୍କୃତ
Advertisment
Follow Us