୯ ବର୍ଷ ପରେ ମିଳିଲା ମନ୍ଦିରରୁ ଚୋରି ରୁପା ଗହଣା

Advertisment

ଜରିମାନା ୨୦୦ ସହିତ ଅଳଙ୍କାର ଫେରାଇଲା ଚୋର

ଜରିମାନା ୨୦୦ ସହିତ ଅଳଙ୍କାର ଫେରାଇଲା ଚୋର

୯ ବର୍ଷ ପରେ ମିଳିଲା ମନ୍ଦିରରୁ ଚୋରି ରୁପା ଗହଣା

ଧଉିଳି: ଧଉଳି ଥାନା ଅଧୀନ ଗୋପୀନାଥପୁର ମନ୍ଦିରରୁ ଦୀର୍ଘ ୯ ବର୍ଷ ତଳେ ଚୋରି ଯାଇଥିବା ପ୍ରାୟ ୨୫୦ ଗ୍ରାମର ରୁପା ଅଳଙ୍କାର ଆଜି ମିଳିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ନିଜେ ଚୋର ଏସବୁ ଗହଣା ଫେରାଇ ଦେଇଛି। ମନ୍ଦିର କମିଟି ଏନେଇ ସେତେବେଳେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଚିରାଚରିତ ଢଙ୍ଗରେ ମାମଲା ରୁଜୁ କରି ଚୋରି ଅଳଙ୍କାର ଉଦ୍ଧାର କରିବା ନେଇ ଚେଷ୍ଟା କଲା। ଆଉ କିଛି ଦିନ ପରେ ଫାଇଲ ବନ୍ଦ ହୋଇଯାଇଥିଲା। ଗାଁ ଲୋକ ଠାକୁରଙ୍କ ଅଳଙ୍କାର ଫେରି ପାଇବାର ସବୁ ଆଶା ଛାଡ଼ି ଦେଇଥିଲେ। ଏହିପରି ୯ ବର୍ଷ ବିତିଗଲା। ଆଉ ଆଜି ସକାଳେ ଗହଣା ଚୋରି କରି ନେଇଥିବା ଚୋର ମନ୍ଦିର ନିକଟରେ ଚୋରି ପୂଜା ସାମଗ୍ରୀ, ଗହଣା ଥୋଇଦେଇ ପଳାଇଯିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଥିଲା।

publive-image Anuradha Art Jewellery

ମନ୍ଦିର କମିଟିର ପ୍ରମୁଖ ଦେବେନ୍ଦ୍ର ମହାନ୍ତି ଆଜି ସକାଳେ ମନ୍ଦିର ପରିସରରେ ଏକ ଜରି ପୁଟୁଳି ଦେଖିଥିଲେ। ଜରି ଖୋଲି ଦେଖିଲା ବେଳକୁ ସେଥିରେ ଠାକୁରଙ୍କ ଚୋରି ଯାଇଥିବା ରୁପା ବଂଶୀ, ଛତା, ମୁକୁଟ, ରୁପା ଆଖି, ଖଡ଼ୁ, ଥାଳି, ଘଣ୍ଟି ଆଦି ରହିଥିଲା। ଜରି ପୁଟୁଳି ଭିତରେ ଏକ ହାତ ଲେଖା ଚିଠି ଦେଖିବା ପରେ ଦେବେନ୍ଦ୍ରଙ୍କର ଉତ୍କଣ୍ଠା ବଢ଼ି ଯାଇଥିଲା। ଚିଠିରେ ଲେଖା ଥିଲା ମନ୍ଦିର ଚୋରି କରିବା ପରେ ଅନେକ ଦୁଃଖ ଯନ୍ତ୍ରଣା ଭୋଗିଲିଣି। ଏବେ କଲା କର୍ମର ଫଳ ଭୋଗୁଛି। ତେଣୁ ଠାକୁରଙ୍କ ପାଖରେ ଆତ୍ମସମର୍ପଣ କରି ଜରିମାନା ବାବଦରେ ୨୦୦ ଟଙ୍କା ଦେଇ ପାପରୁ ମୁକ୍ତ ହେବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଏସଂପର୍କରେ ଦେବେନ୍ଦ୍ର ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ମନ୍ଦିର ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ସୂଚନାଯୋଗ୍ୟ ୨୦୧୪ ମସିହାରେ ସାବିତ୍ରୀ ଅମାବାସ୍ୟା ଯଜ୍ଞ ବେଳେ ମନ୍ଦିରରୁ ରାଧାକୃଷ୍ଣଙ୍କ ଅଳଙ୍କାର ଓ ପୂଜା ସାମଗ୍ରୀ ଚୋରି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe