୧୪ରୁ ଭୁବନେଶ୍ୱରରେ ନବମ ଜାତୀୟ ଚଳଚ୍ଚିତ୍ର ଉତ୍ସବ

Advertisment

୧୨ଟି ଭାଷାରେ ପ୍ରଦର୍ଶିତ ହେବ ୪୦ଟି ଚଳଚ୍ଚିତ୍ର

୧୨ଟି ଭାଷାରେ ପ୍ରଦର୍ଶିତ ହେବ ୪୦ଟି ଚଳଚ୍ଚିତ୍ର

୧୪ରୁ ଭୁବନେଶ୍ୱରରେ ନବମ ଜାତୀୟ ଚଳଚ୍ଚିତ୍ର ଉତ୍ସବ

ଭୁବନେଶ୍ୱର : ଫିଲ୍ମ ସୋସାଇଟି ଅଫ୍‌ ଭୁବନେଶ୍ୱର (ଏଫଏସବି) ପକ୍ଷରୁ ଆସନ୍ତା ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଇଡକଲ ପ୍ରେକ୍ଷାଳୟରେ ଜାତୀୟ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହେବ। ଉତ୍ସବରେ ସମସାମୟିକ ଭାରତୀୟ ସିନେମା ଏବଂ ବିଗତ କିଛି ବର୍ଷ ହେବ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତ ହେଉଥିବା ଅଣଦେଖା ଚଳଚ୍ଚିତ୍ରଗୁଡ଼ିକ ଉପରେ ବିଶେଷ ଦୃଷ୍ଟି ନିବେଶ କରାଯିବ।
ଉତ୍ସବରେ ସ୍ଥାନ ପାଇଥିବା ଫିଲ୍ମଗୁଡ଼ିକୁ ସେମାନଙ୍କ କଳାକୃତି ଏବଂ ସାମାଜିକ ଓ ସାଂସ୍କୃତିକ ପ୍ରାସଙ୍ଗିକତା ହେତୁ ଉଭୟ ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରରେ ସମ୍ମାନିତ କରାଯାଇଛି। ଏହି ଫିଲ୍ମଗୁଡ଼ିକ ଏହାର ଆଞ୍ଚଳିକ ଏବଂ ସାଂସ୍କୃତିକ, ଏହାର ଲୋକ ଓ ଜୀବନ, ଆଶା ଓ ଆକାଂକ୍ଷାର ବିଭିନ୍ନତାରେ ଭାରତର ଅନ୍ତରଙ୍ଗ ଏବଂ ବ୍ୟାବହାରିକ ଅଂଶର ଏକ ଚିତ୍ରଣ ରହିଛି। ଉତ୍ସବରେ ପୂର୍ବ ଏବଂ ଉତ୍ତରପୂର୍ବ (ଅହମିୟା, ବଙ୍ଗଳା, ବୋଡ଼ା, ମଣିପୁରୀ, ଖାସୀ ଓ ଓଡ଼ିଆ), ଦକ୍ଷିଣ (କନ୍ନଡ଼, ମାଲାୟଲମ ଓ ତାମିଲ), ପଶ୍ଚିମ (ମରାଠୀ) ଏବଂ ଉତ୍ତର (ହିନ୍ଦୀ ଓ ପଞ୍ଜାବୀ) ଭାଷାର ପ୍ରାୟ ୩୦ଟି ଆକର୍ଷଣୀୟ ସମସାମୟିକ ସିନେମାକୁ ସ୍ଥାନ ଦିଆଯାଇଛି। ଉତ୍ସବରେ ଭାରତୀୟ ସିନେମାର ଜଣେ ଉଲ୍ଲେଖନୀୟ ନିର୍ଦ୍ଦେଶକଙ୍କ ମଧ୍ୟରେ ମାଲାୟଲମ ଫିଲ୍ମ ପ୍ରସ୍ତୁତକାରୀ ଜି.ଅରବିନ୍ଦନଙ୍କ ପୂର୍ବବ୍ୟାପ୍ତି ସ୍ଥାନ ପାଇଛି। କର୍ଣ୍ଣାଟକର ଆନ୍ତର୍ଜାତୀୟ ଫିଲ୍ମ ପ୍ରସ୍ତୁତକାରୀ ଗିରୀଶ କଶରଭଲ୍ଲି ଏହି ଫିଲ୍ମ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ। ସେହିପରି ମଞ୍ଜୁମୋରା, ଲିପିକା ସିଂହ ଦରାଇ, ବାବୁଈଶ୍ୱର ପ୍ରସାଦ ଭଳି ପ୍ରମୁଖ ଫିଲ୍ମ ପ୍ରସ୍ତୁତକର୍ତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆଇଏଫଏଫବିର ସଭାପତି ସୁବାସ ଦାସ, ସମ୍ପାଦକ ସୁବ୍ରୋତ ବେଉରା, ପ୍ରଯୋଜକ ତଥା ଅଭିନେତା ସ୍ୱସ୍ତିକ ଚୌଧୁରୀ ଏବଂ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଏହି ଚଳଚ୍ଚିତ୍ର ଉତ୍ସବ ସଂପର୍କରେ ବିସ୍ତତ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe