୪ବର୍ଷର ଶିଶୁକୁ ବ୍ଲଡ୍‌ କ୍ୟାନ୍‌ସର, ସହାୟତା ପାଇଁ ବାପାଙ୍କ ନିବେଦନ

Advertisment
୪ବର୍ଷର ଶିଶୁକୁ ବ୍ଲଡ୍‌ କ୍ୟାନ୍‌ସର, ସହାୟତା ପାଇଁ ବାପାଙ୍କ ନିବେଦନ

ଭୁବନେଶ୍ୱର: ୪ବର୍ଷର ଶିଶୁ ସର୍‌ଫରାଜ୍‌ ବ୍ଲଡ୍‌ ଓ ବୋନ୍‌ମ୍ୟାରୋ କ୍ୟାନ୍‌ସରରେ ପୀଡ଼ିତ। ସେ ଏବେ କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସିତ ହେଉଛି। କିନ୍ତୁ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ହୋଇ ପାରୁନଥିବାରୁ ବାପା ରାଜୀବ ଖାଁ ଚିନ୍ତାରେ ପଡ଼ିଛନ୍ତି। ପ୍ରତି ୩/୪ ମାସରେ ହେଉଥିବା ପରୀକ୍ଷା ପାଇଁ ୧୫ ହଜାରରୁ ଅଧିକ ଟଙ୍କା ଆବଶ୍ୟକ ପଡୁଛି। କିନ୍ତୁ ଗରିବ ରାଜୀବ ଏତେ ବଡ଼ ଖର୍ଚ୍ଚ କରିବାକୁ ସକ୍ଷମ ହୋଇପାରୁନାହାନ୍ତି।

ସୂଚନାଯୋଗ୍ୟ ବାଲେଶ୍ବର ଜିଲ୍ଲାର ବାସିନ୍ଦା ରାଜୀବ ଗୋଆରେ ଏକ ହୋଟେଲରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ପୁଅର ଚିକିତ୍ସା ପାଇଁ ଦେଢ଼ ବର୍ଷ ହେଲା ସେ ଚାକିରି ଛାଡ଼ି ଘରେ ଅଛନ୍ତି। ନିଜର ସମସ୍ତ ସଞ୍ଚିତ ଟଙ୍କା ଶେଷ ହୋଇସାରିଛି। ଏବେ ଗାଁରେ ମୂଲ ଲାଗି ସେ ପୁଅର ଚିକିତ୍ସା କରୁଛନ୍ତି। କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ଭଳି ହେଉଛି। ତେଣୁ ସହୃଦୟ ବ୍ୟକ୍ତିମାନଙ୍କ ସହାୟତା ପାଇଁ ସେ ଆକୁଳ ନିବେଦନ କରିଛନ୍ତି। ଯଦି କୌଣସି ବଦାନ୍ୟ ବ୍ୟକ୍ତି ସର୍‌ଫରାଜକୁ ସହଯୋଗ କରିବାକୁ ଇଚ୍ଛୁକ, ତେବେ ରାଜୀବଙ୍କ ଫୋନ ନଂ ୭୦୩୦୩୩୮୮୬୨ରେ ଯୋଗାଯୋଗ କରିବେ କିମ୍ବା ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନଂ ୩୯୬୮୭୮୩୪୬୩୯ (ଆଇଏଫ୍‌ଏସ୍‌ସି କୋଡ୍‌ SBIN0010902) ଯୋଗେ ଆର୍ଥିକ ସହାୟତା ଯୋଗାଇବା ପାଇଁ ରାଜୀବ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe