closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added
ଚନ୍ଦ୍ରଶେଖରପୁର: ରଘୁନାଥପୁର ବ୍ରିଜ୍ ନିକଟ ମଣି ତିରୁମାଲା ଆପାର୍ଟମେଣ୍ଟ୍ର ୯ ମହଲାରୁ ଡେଇଁ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଯୁବକ ଜଣକ ହେଲେ ଅନ୍ତର୍ଯ୍ୟାମୀ ସାହୁ(୪୮)। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଅସୁସ୍ଥତା କାରଣରୁ କିଛିଦିନ ହେଲା ତାଙ୍କର ରାଜଧାନୀର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସା ଚାଲିଥିଲା। ଦୁଇ ଦିନ ତଳେ ତାଙ୍କୁ ମେଡିକାଲ୍ରୁ ଘରକୁ ପଠାଇ ଦିଆଯାଇଥିଲା। ସେ ତାଙ୍କ ବଡ଼ ଭାଇଙ୍କ ଘରେ ରହିଥିଲେ। ଆଜି ତାଙ୍କୁ ଗାଁକୁ ନେଇଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେ ବାଲ୍କୋନିରୁ ତଳକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା।
Follow Us