ଏମ୍ସରେ ଅତିରିକ୍ତ ପ୍ରଫେସରଙ୍କ ନିଯୁକ୍ତିର ବୈଧତାକୁ ନେଇ ହାଇକୋର୍ଟରେ ମାମଲା, ପ୍ରତିପକ୍ଷଙ୍କୁ ନୋଟିସ୍

Advertisment
ସରକାରଙ୍କ ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତି କାଏମ୍: ହାଇକୋର୍ଟର ଜଣିକିଆ ବିଚାରପତିଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ

image source-new indian express

କଟକ: ଭୁବନେଶ୍ବର ଏମ୍‌ସରେ ଜଣେ ବ୍ୟକ୍ତି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥାଇ ୨୦୧୬ରେ ଅତିରିକ୍ତ ପ୍ରଫେସର ଭାବେ ନିଯୁକ୍ତି ପାଇଥିବା ଅଭିଯୋଗ ନେଇ ଦାୟର ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। କେନ୍ଦ୍ର ସରକାର ଓ ଏମ୍ସକୁ ୬ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ମାମଲାରେ ଚତୁର୍ଥ ପ୍ରତିପକ୍ଷ ରହିଥିବା ଡାକ୍ତରଙ୍କୁ ନୋଟିସ୍ ପାଇବାର ୪ ସପ୍ତାହ ଭିତରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ଡାକ୍ତରଙ୍କ ପଦୋନ୍ନତି ପ୍ରସଂଗରେ କେନ୍ଦ୍ର ସରକାର ଓ ଏମ୍ସ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ମାମଲାର ଚୂଡ଼ାନ୍ତ ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୧, ସେପ୍ଟେମ୍ବର ୬କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଟି.କେ.ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡର ଅବସରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଜଣେ ନିର୍ଦ୍ଦିଷ୍ଟ ଡାକ୍ତର ଉପଯୁକ୍ତ ଯୋଗ୍ୟତା ନଥାଇ ଏମ୍ସରେ ୨୦୧୬ରେ ଅତିରିକ୍ତ ପ୍ରଫେସର ଭାବେ ଯୋଗ ଦେଇଥିଲେ। ଏହି ଘଟଣାରେ କେତେକ ଜାଲିଆତି କରାଯାଇଛି। ଏନେଇ ସୂଚନା ଅଧିକାର ଆଇନ ବଳରେ ମିିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି। ଆଇନ ଅନୁସାରେ ଏପରି ନିଯୁକ୍ତି ଗ୍ରହଣୀୟ ନୁହେଁ। ଇତିମଧ୍ୟରେ ସଂପୃକ୍ତ ଡାକ୍ତର ପ୍ରଫେସର ପଦକୁ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। କରୋନା ସଂକ୍ରମଣ ସ୍ଥିତି ଯୋଗୁଁ ପଦୋନ୍ନତି ପ୍ରକ୍ରିୟା ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe