ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ହତ୍ୟା ମାମଲା: ବଳଙ୍ଗାରୁ ଧରାପଡ଼ିଲା ମାଲିକ କୀର୍ତ୍ତି

Advertisment

ହତ୍ୟାକାଣ୍ଡ ପରେ ପଳାଇଥିଲା ରାଉରକେଲା, କାର୍‌ ଭିତରେ ରହୁଥିଲା, ଶୋଉଥିଲା

ହତ୍ୟାକାଣ୍ଡ ପରେ ପଳାଇଥିଲା ରାଉରକେଲା, କାର୍‌ ଭିତରେ ରହୁଥିଲା, ଶୋଉଥିଲା

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ହତ୍ୟା ମାମଲା: ବଳଙ୍ଗାରୁ ଧରାପଡ଼ିଲା ମାଲିକ କୀର୍ତ୍ତି

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପାଣ୍ଡରା ନିକଟରେ ‘କୃପା ଫାଉଣ୍ଡେସନ’ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କୁ ପିଟିପିଟି ହତ୍ୟା ମାମଲାର ୩୮ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସହିଦନଗର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଲା ନିଶା ନିବାରଣ କେନ୍ଦ୍ରର ମାଲିକ ସାକ୍ଷୀଗୋପାଳ ଶ୍ରୀରାମଚନ୍ଦ୍ରପୁର ଅଞ୍ଚଳର କୀର୍ତ୍ତି କୁମାର ତ୍ରିପାଠୀ। ତା’ ନିକଟରୁ ନିଶା ନିବାରଣ କେନ୍ଦ୍ରର କାଗଜପତ୍ର, ରେଜିଷ୍ଟର, ମୋବାଇଲ ଫୋନ୍ ଜବତ କରାଯାଇଛି। ଆଜି ତାକୁ କୋର୍ଟଚାଲାଣ କରା ଯାଇଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ଥିବା ଆଉ ଦୁଇ ଜଣ ଅଭିଯୁକ୍ତ ଫେରାର୍ ଅଛନ୍ତି।

ହତ୍ୟାକାଣ୍ଡ ପରେ ପଳାଇଥିଲା ରାଉରକେଲା
କାର୍‌ ଭିତରେ ରହୁଥିଲା, ଶୋଉଥିଲା
ଏବେ ବି ଦୁଇ ଅଭିଯୁକ୍ତ ଫେରାର୍

ପୁଲିସ ସୂଚନା ଅନୁସାରେ, ଗତମାସ ୫ ତାରିଖରେ ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ଜଗତସିଂହପୁର ଅଲଣାହାଟ ଜୋତ ଅଞ୍ଚଳର ତ୍ରିନାଥ ସେଠୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ତାଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିଲେ ହେଁ ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ‌ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତ୍ରିନାଥଙ୍କୁ ପିଟିପିଟି ହତ୍ୟା କରା ଯାଇଥିବା ସ୍ପଷ୍ଟ ହୋଇଥିଲା। ତେଣୁ ସେହି ମାସ ୧୮ ତାରିଖରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଏଥିରେ କୀର୍ତ୍ତି ସମେତ ତିନି ଜଣ ଅଭିଯୁକ୍ତ ରହିଥିଲେ। ଘଟଣା ପରଠାରୁ କୀର୍ତ୍ତି ଓ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ। ଏହି ହତ୍ୟାକାଣ୍ଡ ପରେ କୀର୍ତ୍ତି ପ୍ରଥମେ ରାଉରକେଲା ପଳାଇଥିଲା। ପୁଲିସର ଏକ ଟିମ୍ ପିଛା କରି ସେଠାରେ ପହଞ୍ଚିଥିଲା। ରାଉରକେଲାରୁ ପୁରୀ, ବଳଙ୍ଗା ଓ ପରେ ଶ୍ରୀରାମଚନ୍ଦ୍ରପୁରରେ ପହଞ୍ଚିଥିଲା। ସେଠାରେ ଏକ ନାଳବନ୍ଧରେ କାର୍‌ ରଖି ବସିଥିବା ବେଳେ ତା’କୁ ଗିରଫ କରିଥିଲା ପୁଲିସ। କୀର୍ତ୍ତି ଅଧିକାଂଶ ସମୟ ନିଜ କାର୍‌ରେ ରହୁଥିବାରୁ ପୁଲିସକୁ ଧରିବା ପାଇଁ ଅସୁବିଧା ହୋଇଥିଲା। କାରଣ ସେ କାର୍‌ରେ ରହୁଥିଲା, କାର୍‌ରେ ଶୋଉଥିଲା ଓ ବୁଲୁଥିଲା। ଆଜି କୀର୍ତ୍ତିକୁ କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe