ମଦ୍ରାସାରେ ନାବାଳକଙ୍କୁ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ଶିକ୍ଷକଙ୍କୁ ବାନ୍ଧିଲା ପୁଲିସ

ମଦ୍ରାସାରେ ନାବାଳକଙ୍କୁ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ଶିକ୍ଷକଙ୍କୁ ବାନ୍ଧିଲା ପୁଲିସ

ବାଲିପାଟଣା: କଟକ ଜିଲ୍ଲା ନିଆଳିସ୍ଥିତ ଏକ ମଦ୍ରାସାରେ ୨ ନାବାଳକଙ୍କୁ ଦିଆଯାଇଥିବା ଯୌନ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ ନିଆଳି ଥାନା ପୁଲିସ ଆଜି ସ୍ଥାନୀୟ ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ହାପିଜ୍ ମହମ୍ମଦ ରିଜୁଆନଉଲ୍ଲା। ତାଙ୍କ ବିରୋଧରେ ଦଫା ୩୭୭, ୩୭୦, ୩୨୩, ଆଇପିସି ୬ ଓ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ଅପରପକ୍ଷରେ ପୁଲିସ ଉପସ୍ଥିତିରେ ଦୁଇ ନାବାଳକଙ୍କ ବୟାନ ରେକର୍ଡ ହୋଇଥିବା ଭୁବନେଶ୍ୱର ଚାଇଲ୍‌ଡ ଲାଇନ୍‌ ସୂତ୍ରରୁ ସୂଚନା ମିଳିଛି। ନାବାଳକଦ୍ବୟଙ୍କୁ ଏକ ଆଶ୍ରୟସ୍ଥଳରେ ରଖାଯାଇଛି।

ଏହି ମଦ୍ରାସାରେ ରହୁଥିବା ଅନ୍ୟପିଲାମାନଙ୍କ ସହ ମଧ୍ୟ ଅନୈତିକ କାମ ହୋଇଥିବା ଉଦ୍ଧାର ଦୁଇ ନାବାଳକ ବୟାନ ଦେଇଛନ୍ତି। ତେଣୁ ଚାଇଲ୍‌ଡ ଲାଇନ ପକ୍ଷରୁ ଖୋର୍ଦ୍ଧା ଓ କଟକ ସିଡବ୍ଲ୍ୟୁସି, ଡିସିପିଓ ଏବଂ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ପିଲାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ସୋମବାର ରାତିରେ ବିହାର ଓ ଝାଡ଼ଖଣ୍ଡର ଦୁଇ ନାବାଳକ ମଦ୍ରାସାରୁ ଖସି ଆସି ବାଲିପାଟଣା ଅପୂଜା ବଜାରରେ ଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ବାଲିପାଟଣା ଥାନା ପୁଲିସ ଉପସ୍ଥିତିରେ ଭୁବନେଶ୍ବର ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲେ। ମଦ୍ରାସାର ଜଣେ ଶିକ୍ଷକ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ସେମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe