ଶାନ୍ତିସ୍ତୂପ ଫାଟ ମରାମତି ପାଇଁ କୋଟିଏ ମଞ୍ଜୁର

Advertisment
ଶାନ୍ତିସ୍ତୂପ ଗଛ କଟାକୁ ବିରୋଧ: ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ଯିବାକୁ ପ୍ରେରଣାର ଧମକ

ଧଉଳି: ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଧଉଳି ଶାନ୍ତିସ୍ତୂପର ମରାମତି କାର୍ଯ୍ୟ ନେଇ ଏବେ ପ୍ରଶାସନିକସ୍ତରରେ ଜୋର୍‌ଦାର କସରତ ଆରମ୍ଭ ହୋଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ଦରକାର ପଡ଼ିଲେ ଆଉ ଅତିରିକ୍ତ ପାଣ୍ଠି ଯୋଗାଇ ଦେବେ ବୋଲି ମଧ୍ୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଅନୁରୂପ ଭାବେ ଧଉଳି ଉନ୍ନୟନ କମିଟି (ଡିଡିସି) ମଧ୍ୟ ଆଉ ୫୦ ହଜାର ଟଙ୍କା ଯୋଗାଇ ଦେବ ବୋଲି ନି‌ଷ୍ପତ୍ତି ନେଇଛି। ସ୍ତୂପ ମରାମତି କାର୍ଯ୍ୟ ଲାଗି ଅର୍ଥ ବରାଦ କରାଯିବା ପରେ ଏନେଇ ଲାଗି ରହିଥିବା ସବୁ ପ୍ରକାରର କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏନେଇ ଆଜି ସର୍କିଟ୍‌ ହାଉସ୍‌ରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଏଡିଏମ୍‌ ପ୍ରଫୁଲ୍ଲ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଫନି ଯିବାର ବର୍ଷ ବର୍ଷ ବିତି ଯାଇଥଲେ ମଧ୍ୟ ରାଜ୍ୟ ପର୍ଯ୍ୟଟନ ବିଭାଗ ମରାମତି କାର୍ଯ୍ୟ ଲାଗି ଆନ୍ତରିକତା ଦେଖାଇନଥିଲା। ତେଣୁ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ତତ୍ବାବଧାନରେ ଆଜି ଏଭଳି ଜରୁରୀକାଳୀନ ବୈଠକର ଆୟୋଜନ କରାଯାଇଥିବା କୁହାଯାଉଛି। ଏଥିରେ ସ୍ତୂପ ମରାମତି କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ବିସ୍ତୃତ ଆଲୋଚନା କରାଯାଇଥିଲା। ବିଧାୟକ ପାଣ୍ଠି ଓ ଡିଡିସି ପାଣ୍ଠିରୁ ଅର୍ଥ ବ୍ୟବସ୍ଥା ହେବାପରେ ଟେଣ୍ଡର ପ୍ରକ୍ରିୟା ପାଇଁ ତତ୍ପରତା ଦେଖାଦେଇଥିଲା। ତେଣୁ ଆଲୋଚନାରେ ଇନ୍‌ଟାକ, ଶିଖା ଗ୍ରୁପ ଓ ରିପୋ ଭଳି ବଡ଼ ବଡ଼ ଠିକାଦାରୀ ଏଜେନ୍ସି କାର୍ଯ୍ୟକର୍ତ୍ତାମାନଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଉପରୋକ୍ତ ସଂସ୍ଥାର ସ୍ଥପତି ଓ ପ୍ରତିନିଧିମାନେ ସ୍ତୂପ ଅନୁଧ୍ୟାନ କରି ବ୍ୟୟ ଅଟକଳ ତାଲିକା ଡିଡିସିକୁ ପ୍ରଦାନ କରିବେ। ଟେଣ୍ଡର ପାଇବା ପରେ ଉକ୍ତ ସଂସ୍ଥା ସ୍ତୂପ ମରାମତି କାର୍ଯ୍ୟ ସଂପାଦନ କରିବ। ସମଗ୍ର ଶାନ୍ତିସ୍ତୂପ ମରାମତି କାର୍ଯ୍ୟ ସ୍ଥପତି ସୁଦର୍ଶନ ସାହୁଙ୍କ ତତ୍ବାବଧାନରେ କରାଯିବ। ଏହି ଅବସରରେ କଳିଙ୍ଗ ବୁଦ୍ଧ ନିପନ ସଂଘର ସଂପାଦକଙ୍କ ସମେତ ଆଉ ୩ ଜଣ ସନ୍ନ୍ୟାସୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe