ପୂର୍ଣ୍ଣିମା ତିଥିରେ ଝଲସିବ ରଥଖଳା: ଦୋଳିରେ ଝୁଲିବେ ଶ୍ରୀଲିଙ୍ଗରାଜ, ୩ ସୁଦ୍ଧା ସରିବ ରୁକୁଣା ରଥ ନିର୍ମାଣ

Advertisment

ଶ୍ରୀଲିଙ୍ଗରାଜ ମହାପ୍ରଭୁ ମଙ୍ଗଳବାର ପୂର୍ଣ୍ଣିମା ତିଥିରେ ରଥଖଳାରେ ବିଜେ ହେବେ। ସେଠାରେ ପ୍ରଭୁ ଦୋଳିରେ ଝୁଲି‌ବେ। ତେଣୁ ସେଦିନ ରଥଖଳା ଚଳଚଞ୍ଚଳ ହୋଇଉଠିବ। ରଙ୍ଗିନ ଆଲୋକମାଳାରେ ଝଲମଲ କରୁଥିବା ରଥଖଳାରେ ଜମିବ ଭଜନ ସମାରୋହ।

ଶ୍ରୀଲିଙ୍ଗରାଜ ମହାପ୍ରଭୁ ମଙ୍ଗଳବାର ପୂର୍ଣ୍ଣିମା ତିଥିରେ ରଥଖଳାରେ ବିଜେ ହେବେ। ସେଠାରେ ପ୍ରଭୁ ଦୋଳିରେ ଝୁଲି‌ବେ। ତେଣୁ ସେଦିନ ରଥଖଳା ଚଳଚଞ୍ଚଳ ହୋଇଉଠିବ। ରଙ୍ଗିନ ଆଲୋକମାଳାରେ ଝଲମଲ କରୁଥିବା ରଥଖଳାରେ ଜମିବ ଭଜନ ସମାରୋହ।

sfsfsfxccfd

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁ ମଙ୍ଗଳବାର ପୂର୍ଣ୍ଣିମା ତିଥିରେ ରଥଖଳାରେ ବିଜେ ହେବେ। ସେଠାରେ ପ୍ରଭୁ ଦୋଳିରେ ଝୁଲି‌ବେ। ତେଣୁ ସେଦିନ ରଥଖଳା ଚଳଚଞ୍ଚଳ ହୋଇଉଠିବ। ରଙ୍ଗିନ ଆଲୋକମାଳାରେ ଝଲମଲ କରୁଥିବା ରଥଖଳାରେ ଜମିବ ଭଜନ ସମାରୋହ। ଏନେଇ ଆଜି ମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଛି ଏବଂ ସମସ୍ତ ପ୍ରସ୍ତୁତି ସରିଛି। ପୂର୍ଣ୍ଣିମା ଦିନ ପୂର୍ବାହ୍ଣ ୧୧ଟାରୁ ୧ଟା ଭିତରେ ମହାପ୍ରଭୁ ପହଣ୍ଡି ହୋଇ ଝୁଲଣ ମଣ୍ଡପକୁ ବିଜେ କରିବେ। ରାତି ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ପୁଣି ପହଣ୍ଡି ହୋଇ ଠାକୁର ମନ୍ଦିରକୁ ଫେରିବେ। ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ ଏବଂ ପହଡ଼ ପକାଯିବ। ରଥଖଳା ଝୁଲଣ ମଣ୍ଡପରେ ଗୋଟିଏ ପଟେ ବିଶ୍ବନାଥ ମନ୍ଦିର ନିକଟରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ, ମା ପାର୍ବତୀ ଓ ମା ଦୁର୍ଗା ଦୋଳ ବେଦିରେ ଝୁଲୁଥିବା ବେଳେ ସମ୍ମୁଖରେ ଦୋଳଗୋବିନ୍ଦ ଦୋଳବେଦିରେ ପୂଜା ପାଇବେ। ଏହି ଅବସରରେ ସେଠାରେ ଠାକୁର ଭକ୍ତଙ୍କ ଭୋଗ ଖାଇବେ। 

ଏହି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ କରାଯିବ। ଆଜି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରପ୍ରସାଦ ମହାନ୍ତି, ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନୀତି ସୁପରଭାଇଜର ରାଜକିଶୋର ମହାପାତ୍ର, ବିରଞ୍ଚି ନାରାୟଣ ପତି, ସଚିକାନ୍ତ ପୂଜାପଣ୍ଡା, ହେମାଦ୍ରୀ ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଗତ ସୋମବାରଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦୋଳ ପର୍ବ ଆରମ୍ଭ ହୋଇଛି। ଆଜି ଦ୍ୱାଦଶୀରେ ମହାପ୍ରଭୁ ବୈତାଳେଶ୍ୱର ମନ୍ଦିର କପାଳୀ ଠାକୁରାଣୀଙ୍କ ପାଖକୁ ଯାତ୍ରା କରିଥିଲେ। ସନ୍ଧ୍ୟାଧୂପ ପରେ ବଡସିଂହାର ବେଶ ହୋଇ ଦିଅଁଙ୍କ ଯାତ୍ରାପୂଜା ହୋଇଥିଲା। ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା, ଦେବୀ ପାର୍ବତୀ, ଦେବୀ ଦୁର୍ଗା ଓ ପ୍ରଭୁ ବାସୁଦେବ ସୁସଜ୍ଜିତ ପାଲିଙ୍କି ଓ ବିମାନରେ ବୈତାଳେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ। ସେଠାରେ ଭୋଗଲାଗି, ଭେଟ ଆଳତି ସହ ଅବିର ଲାଗି ହୋଇଥିଲା। ଏହାପରେ ଦେବଦେବୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ପୁରୁଣା ଭୁବନେଶ୍ୱର: ଏପ୍ରିଲ୍‌ ୫ରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା। ଏଥିପାଇଁ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ମହାରଣାମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରୁଦ୍ରପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାରଣା ସେବାୟତମାନେ ଉପସ୍ଥିତ ରହି ରଥ ନିର୍ମାଣ ଉପରେ ବ୍ୟାପକ ଆଲୋଚନା କରିଥିଲେ। ଏପ୍ରିଲ୍‌ ୩ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ କରିବେ ବୋଲି ସେମାନେ କହିଛନ୍ତି। ଆସନ୍ତାକାଲି ରଥ ତିଆରି ଅନୁକୂଳ କରାଯିବ। ରଥଖଳାରେ ରଥକାଠକୁ ବିଧି ଅନୁଯାୟୀ ପୂଜା କରାଯିବା ପରେ ମହାରଣା ସେବାୟତମାନେ ରଥ ନିର୍ମାଣ କାମ ଆରମ୍ଭ କରିବେ। ଏଥିପାଇଁ ମନ୍ଦିର ପ୍ରଶାସନ ସେଠାରେ ଛାମୁଣ୍ଡିଆ ପ୍ରସ୍ତୁତ କରିବା ସହ ପିଇବା ପାଣି ଓ ବିଦ୍ୟୁତ୍‌ ବ୍ୟବସ୍ଥା କରିବେ। ଏହି କାମ ପାଇଁ ୧୨ଜଣ ବେହେରା ସେବାୟତଙ୍କ ସମେତ ୫୮ଜଣ ମହାରଣା ସେବାୟତ ନିୟୋଜିତ ହେବେ। ଏହି ବୈଠକରେ ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ‌ମହାରଣା ସେବାୟତ ପକ୍ଷରୁ ସୋମନାଥ ମହାରଣା, ବଟକୃଷ୍ଣ ମହାରଣା, କେଦାରନାଥ ମହାରଣା, ବାସୁଦେବ ମହାରଣା, ପ୍ରିୟରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe