ମହିଳା ଟ୍ରାଫିକ୍ କର୍ମଚାରୀଙ୍କୁ ସାବାସି, ଅଂଶୁଘାତ ଶିକାର ବୃଦ୍ଧଙ୍କୁ ବଞ୍ଚାଇଲେ

Advertisment
ମହିଳା ଟ୍ରାଫିକ୍ କର୍ମଚାରୀଙ୍କୁ ସାବାସି, ଅଂଶୁଘାତ ଶିକାର ବୃଦ୍ଧଙ୍କୁ ବଞ୍ଚାଇଲେ

ଭୁବନେଶ୍ବର: ଅଂଶୁଘାତର ଶିକାର ହୋଇ ସଂଜ୍ଞାହୀନ ହୋଇପଡ଼ିଥିବା ଜଣେ ବୃଦ୍ଧଙ୍କୁ ଉଦ୍ଧାର କରି ଆଜି ଜଣେ ମହିଳା ଟ୍ରାଫିକ୍ କର୍ମଚାରୀ ରାଜଧାନୀରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ହେଲେ ଟ୍ରାଫିକ କର୍ମଚାରୀ ଊର୍ମିଳା ସ୍ବାଇଁ। ଉର୍ମିଳାଙ୍କ ତ୍ବରିତ୍ ସେବା ଯୋଗୁଁ ବୃଦ୍ଧ ଜଣକ ବଡ଼ଧରଣର ବିପଦରୁ ବର୍ତ୍ତି ଯାଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ମିଳିଛି।

publive-image

ଆଜି ଓଡିଏମ୍ ଛକରେ ଉର୍ମିଳା ଡ୍ୟୁଟି କରୁଥିଲେ। ଅପରାହ୍ନ ପ୍ରାୟ ୧ଟା ୩୦ ବାଜିସାରିଥାଏ। ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେଉଥିଲା। ଏହି ସମୟରେ ନିକୋପାର୍କରୁ ଆନନ୍ଦବଜାର ଆଡ଼କୁ ଜଣେ ୬୦ବର୍ଷୀୟ ବୃଦ୍ଧ ଚାଲି ଚାଲି ଯାଉଥିଲେ। ସେ ହଠାତ୍ ତଳେ ପଡ଼ିଯାଇଥିଲେ ଓ ବେହୋସ୍ ହୋଇଯାଇଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା ଲୋକେ ସବୁ ଦେଖି ନ ଦେଖିଲା ପରି ଚାଲିଯାଉଥିଲେ। କିନ୍ତୁ ଉର୍ମିଳାଙ୍କ ନଜର ପଡ଼ିବା ମାତ୍ରେ ସେ ଟ୍ରାଫିକ୍‌ ଛକରୁ ଦୌଡ଼ି ଆସି ବୃଦ୍ଧଙ୍କୁ ତଳୁ ଉଠାଇଥିଲେ। ତୁରନ୍ତ ପାଖରେ ରଖିଥିବା ବୋତଲରୁ ପାଣି ବାହାର କରି ବୃଦ୍ଧଙ୍କ ଗାମୁଛା ଓଦା କରିଥିଲେ ଓ ମୁଣ୍ଡରେ ରଖିଥିଲେ। ସେହିଭଳି ବୃଦ୍ଧଙ୍କ ମୁହଁରେ ପାଣି ଛିଞ୍ଚିଥିଲେ। ଉର୍ମିଳାଙ୍କ ଏହି ଆଶୁ ଚିକିତ୍ସା‌ ଯୋଗୁଁ ବୃଦ୍ଧଙ୍କ ଚେତା ଫେରିଥିଲା। ଏହା ପ‌ରେ ସେ ପିସିଆର୍ ଡାକି ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe