ବିଏମ୍‌ସି ଇତିହାସରେ ପ୍ରଥମ: ରାତି ୧୦ ଯାଏ ଖୋଲା ରହିବ ଜୋନ୍‌ ଅଫିସ୍‌, ଜଗି ରହିବେ ୱାର୍ଡ ଅଫିସର୍‌

Advertisment
ବିଏମ୍‌ସି ଇତିହାସରେ ପ୍ରଥମ: ରାତି ୧୦ ଯାଏ ଖୋଲା ରହିବ ଜୋନ୍‌ ଅଫିସ୍‌, ଜଗି ରହିବେ ୱାର୍ଡ ଅଫିସର୍‌

ଭୁବନେଶ୍ବର: ବିଏମ୍‌ସି ଇତିହାସରେ ପ୍ରଥମ ଘଟଣା ଘଟିବାକୁ ଯାଉଛି। ବିଏମ୍‌ସିର ତିନୋଟି ଜୋନ୍‌ ଅଫିସ୍‌ ରାତି ୧୦ ଯାଏଁ ଖୋଲିବାକୁ ନିର୍ଦ୍ଦେଶ ହୋଇଛି। ଆଜି (ଶୁକ୍ରବାର)ଠାରୁ ଏହା ଲାଗୁ ହୋଇଛି। ଏଥିରେ ୱାର୍ଡ ଅଫିସର୍‌ମାନେ ରହିବେ। ଗୋଟିଏ ଟିମ୍‌ରେ ୪ଜଣ ୱାର୍ଡ ଅଫିସରଙ୍କୁ ନେଇ ପ୍ରତି ଜୋନ୍‌ରେ ୪ଟି ଲେଖାଏଁ ଟିମ୍‌ ଗଠନ କରାଯାଇଛି। ପ୍ରତିଦିନ ଗୋଟିଏ ଗୋଟିଏ ଟିମ୍‌ ଜୋନ୍‌ ଅଫିସ୍‌ରେ ଜଗି ରହିବ। ବିଭିନ୍ନ ଉତ୍ସରୁ ଆସୁଥିବା ଅଭିଯୋଗ ଗ୍ରହଣ କରିବା ସହ ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ବିଶେଷକରି, ଯେଉଁମାନେ ରାତିରେ ଆବର୍ଜନା ବାହାରେ ଫିଙ୍ଗୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଟିମ୍‌ ଗୁରୁତ୍ବ ଦେବ ବୋଲି କୁହାଯାଇଛି।

ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ କମିସନର ବିଜୟ ଅମୃତା କୁଲାଙ୍ଗେ ଏଭଳି ଏକ ଅଭିନବ ପ୍ରୟାସ କରିଛନ୍ତି। ସେ ନିଜେ ବିଳମ୍ବିତ ରାତି ପର୍ଯ୍ୟନ୍ତ ୱାର୍ଡକୁ ୱାର୍ଡ ବୁଲିବା ସହ ପରମଳ ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ପରିମଳକୁ ନେଇ ଜାରି ହୋଇଥିବା ଏସ୍‌ଓପି ଉଲ୍ଲଂଘନ ହେଉଥିବା ନଜରକୁ ଆସୁଥିଲେ ମଧ୍ୟ କର୍ମଚାରୀ ରହୁନଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହେଉନଥିଲା। ଏଣୁ ରାତି ୧୦ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଜୋନ୍‌ ଅଫିସ୍‌ରେ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଟିମ୍‌କୁ ଗୋଟିଏ ଗାଡ଼ି ଯୋଗାଇ ଦିଆଯାଇଛି। ଆଜି ପ୍ରଥମ ଦିନରେ କାର୍ଯ୍ୟାନୁଷ୍ଠାନ ଭାବେ ଉତ୍ତର ଜୋନ୍‌ରେ ଦୁଇଟି ବ୍ୟାବସାୟିକ ପ୍ରତିଷ୍ଠାନକୁ ସିଲ୍‌ କରାଯାଇଛି। ତେବେ ଏହି ବ୍ୟବସ୍ଥାକୁ ନେଇ ବିବାଦ ମୁଣ୍ଡ ଟେକିଛି। ସାଥିରେ ଏନ୍‌ଫୋର୍ସ‌‌ମେଣ୍ଟ ଟିମ୍‌ କିମ୍ବା ପୁଲିସ୍‌ ରହୁ ନଥିବାରୁ କୌଣସି ଆପରାଧିକ ଅଘଟଣ ଘଟିଲେ, କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। ଅପରପକ୍ଷେ ଏହି ରାତି ବ୍ୟବସ୍ଥାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି କୁହୁଳିବାରେ ଲାଗିଛି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ସଫେଇ ସଂସ୍ଥା ରାତିରେ ସଫେଇ କାମକୁ ଘୋର୍‌ ବିରୋଧ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe