ରାଜଧାନୀ ଉପକଣ୍ଠରେ ବନ୍ୟା ବିଭୀଷିକା

Advertisment
ରାଜଧାନୀ ଉପକଣ୍ଠରେ ବନ୍ୟା ବିଭୀଷିକା

ଭୁବନେଶ୍ବର: ଗତ ୩ଦିନର ଲଘୁଚାପ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ନଦୀରେ ବନ୍ୟା ଜଳ ଆସିବା ଦ୍ବାରା ଅନେକ କ୍ଷୟକ୍ଷତି ହୋଇଛି। ତେବେ ଭୁବନେଶ୍ବର ଉପକଣ୍ଠକୁ ବନ୍ୟା ଉଜାଡି ଦେଇଛି। ବହୁ ଫସଲ ନଷ୍ଟ ହୋଇଛି। ବିଶେଷ କରି ପନିପରିବା ଫସଲ ଛାରଖାର ହୋଇଛି।  କୁଆଖାଇ, କୁଶଭଦ୍ରା ଓ ଦୟା ନଦୀ ପଠା ଅଞ୍ଚଳରେ ହୋଇଥିବା ବ୍ୟାପକ ପନିପରିବା ଫସଲ ଉଜୁଡ଼ିଯାଇଛି।

ଜଳରେ ବୁଡ଼ିରହିଛି ପରିବା କିଆରୀ। ଭେଣ୍ଡି, ବାଇଗଣ, ପୋଟଳ, କାକୁଡ଼ି, ଝୁଡ଼ଙ୍ଗ, କଲରା, ଜହ୍ନି, ଛଚିନ୍ଦ୍ରା‌, କଖାରୁ ଓ ବିଭିନ୍ନ ଶାଗ କିଆରି ନଷ୍ଟ ହୋଇଯାଇଛି। ବିଶେ‌ଷକରି ଭାର୍ଗବୀ ନଦୀର ଝିଣ୍ଟିଶାସନ, ପୁରୋହିତପୁର, କୁଶଭଦ୍ରା ନଦୀର ପଟୁପଡ଼ା, ବୁଢ଼ାଲୋ, ସାନ ବଇଁଚୁଆ, ଅରିଙ୍ଗଳ, ସୁବାଲୋ ଆଦି ଗ୍ରାମର ଅନେକ ଚାଷୀଙ୍କ ଏକର ଏକର ପରିବା ଜମି କ୍ଷତିଗ୍ରସ୍ତ ହୋଇଛି। ସେହିପରି ଦୟାନଦୀ ପଠାରେ ସରଦେଇପୁର, ଇଟିପୁର, ଟିକରପଡ଼ା, ବସନ୍ତପୁର ଆଦି ଅଞ୍ଚଳର ପରିବା ଚାଷୀମାନେ ବିପୁଳ କ୍ଷତି ସହିଛନ୍ତି। ପ୍ରତାପରୁଦ୍ରପୁର, ନୂଆସାହି, ସାହେବନଗର ଓ କୁଳସାହି ଆଦି ଅଞ୍ଚଳରେ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଥିବାରୁ ଭାତହାଣ୍ଡି ଭାଙ୍ଗିଗଲା ବୋଲି ସେମାନେ କହିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe