ଓଡ଼ିଆଙ୍କ ଗୁଣସୂତ୍ରରେ ଅଛି ସର୍ଜନାର ପ୍ରବାହମାନ ଧାରା

Advertisment
ଓଡ଼ିଆଙ୍କ ଗୁଣସୂତ୍ରରେ ଅଛି ସର୍ଜନାର ପ୍ରବାହମାନ ଧାରା

ଭୁବନେଶ୍ବର: ଓଡ଼ିଆଙ୍କ ଗୁଣସୂତ୍ରରେ ଅଛି ସର୍ଜନାର ପ୍ରବାହମାନ ଧାରା ଓ ଆଧ୍ୟାତ୍ମଭାବ। ରାଜଭବନରେ ଆୟୋଜିତ ଏକ ଉତ୍ସବରେ କବିଚନ୍ଦ୍ର ଭୁବନେଶ୍ବର ରଥ ଶର୍ମଣାଙ୍କ ‘ଶ୍ରୀ ଲକ୍ଷ୍ମଣା ପରିଣୟଂ’ ମହାକାବ୍ୟର ପଣ୍ଡିତ ଚନ୍ଦ୍ରଶେଖର ରଥ ଶର୍ମଣାଙ୍କ ଓଡ଼ିଆ ପଦ୍ୟାନୁବାଦ ଓ ନିରଞ୍ଜନ ରଥଙ୍କ ରଚିତ ଓ ସଂପାଦିତ ‘ଉତ୍କଳ କାଳିଦାସ କବିଚନ୍ଦ୍ର ବଳଦେବ ରଥ’ ପୁସ୍ତକକୁ ଉନ୍ମୋଚନ କରି ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏଥିସହିତ ସଂସ୍କୃତ ମହାକାବ୍ୟର ଓଡ଼ିଆ ପଦ୍ୟାନୁବାଦ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ସେ କହିଛନ୍ତି।

ଅନ୍ୟତମ ଅତିଥି ଭାବେ ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫୁଲ୍ଲ କୁମାର ମିଶ୍ର ପ୍ରକାଶିତ ପୁସ୍ତକର ସମୀକ୍ଷା କରିବା ସହିତ ଏଭଳି ଅନନ୍ୟ ଓ ଦୁର୍ଲଭ କୃତୀ ବିଶ୍ବ ଦରବାରରେ ଆମର ପରିଚୟ ଓ ପ୍ରତିଷ୍ଠା ଆଣିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ଯୋଗଦେଇ ଭୁବନେଶ୍ବର ରଥ ଶର୍ମଣାଙ୍କ ସାଧନା, ସିଦ୍ଧି, ସୃଜନତା ସମ୍ପର୍କରେ ଆଲୋଚନା କରିଥିଲେ। କବିଚନ୍ଦ୍ର ପୁସ୍ତକର ରଚୟିତା ନିରଞ୍ଜନ ରଥ ଯୋଗଦେଇ ଏହି ଦୁଇ ପୁସ୍ତକର ପ୍ରକାଶନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପୁସ୍ତକଦ୍ବୟର ପ୍ରକାଶକ ‘ପକ୍ଷୀଘର’ର ମୁଖ୍ୟ ବନୋଜ ତ୍ରିପାଠୀ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe