ଗୌତମନଗରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

Advertisment
ଗୌତମନଗରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଗତ ରବିବାର ଗୌତମ ନଗର ଉନ୍ନୟନ ପରିଷଦ ଏବଂ ସ୍ଥାନୀୟ କେୟାର ହସ୍ପିଟାଲ ସହଯୋଗରେ ଗୌତମନଗରସ୍ଥିତ କମ୍ୟୁନିଟ୍‌ ହଲରେ ସ୍ବାସ୍ଥ୍ୟ ନିରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେୟାର ହସ୍ପିଟାଲର ଡା. ସ୍ବରୂପ ଭଂଜ(ମେଡିସିନ), ଡା. ରବି ସିଂ(ଅର୍ଥୋପେଡିକ୍‌), ଡା. ପ୍ରିୟଦର୍ଶିନୀ ସାହୁ (ଦନ୍ତ) ଯୋଗଦେଇ ବିଭିନ୍ନ ରୋଗୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିରେ ସେମାନଙ୍କୁ ଜେନେରାଲ ମ୍ୟାନେଜର ଲୋକନାଥ ଦାସ, ମ୍ୟାନେଜର ଦୀପକ ଚୌଧୁରୀ, ପରଶୁଧର ସାମନ୍ତରାୟ, ସୁଚିସ୍ମିତା ସ୍ବାଇଁ ଏବଂ ଯଶୋବନ୍ତ ବେହେରା ସହଯୋଗ କରିଥିଲେ।

ଏହି ସ୍ୱାସ୍ଥ୍ୟ ଶିବିରରେ ବହୁ ଲୋକଙ୍କର ରକ୍ତଚାପ, ବ୍ଲଡ ସୁଗାର, ଇ.ସି.ଜି ପରୀକ୍ଷା କରାଯାଇ ସେମାନଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଔଷଧ ପାଇଁ ପରାମର୍ଶ ଦିଆଯାଇଥିଲା। ଏଥିରେ ପ୍ରାୟ ୫୧ ଜଣଙ୍କର ଇ.ସି.ଜି କରାଯାଇଥିଲା। ଏହି ଶିବିରକୁ ପରିଷଦର କର୍ମକର୍ତ୍ତା ଅଶୋକ କୁମାର ମହାପାତ୍ର, ବିଶ୍ୱରଞ୍ଜନ ନାୟକ, ଗୁରୁଚରଣ ଦାସ, ରଜତ ବଲ୍ଲଭ ଦାସ, ଅନଙ୍ଗ ପ୍ରସାଦ ପଟ୍ଟନାୟକ, ଅଶୋକ ଦାସ ଏବଂ ଉନ୍ନୟନ ପରିଷଦର ଅନ୍ୟାନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe