ଏଜି ଛକରେ ହଇଚଇ: ଛିନ୍‌ତାଇ ବେଳେ ଛେଚାଖାଇଲା

Advertisment

ଆଜି ରାତି ପ୍ରାୟ ୮ଟା ବେଳେ ଏଜି ଛକରେ ଜଣେ ଯୁବତୀ ଅଳ୍ପକେ ଲୁଟ୍‌ର ଶିକାର ହେବାରୁ ବର୍ତ୍ତିଯାଇଛନ୍ତି। ଲୁଟେରାଜଣକ ଯୁବତୀଙ୍କ ହାତରୁ ମୋବାଇଲ୍‌ ଝାମ୍ପି ନେଉଥିବା ବେଳେ ଧରାପଡ଼ି ବହେ ଛେଚ‌ାଖାଇଛି। ଲୋକେ ତାକୁ କ୍ୟାପିଟାଲ୍‌ ଥାନା ପୁଲିସ ଜିମା...

ଆଜି ରାତି ପ୍ରାୟ ୮ଟା ବେଳେ ଏଜି ଛକରେ ଜଣେ ଯୁବତୀ ଅଳ୍ପକେ ଲୁଟ୍‌ର ଶିକାର ହେବାରୁ ବର୍ତ୍ତିଯାଇଛନ୍ତି। ଲୁଟେରାଜଣକ ଯୁବତୀଙ୍କ ହାତରୁ ମୋବାଇଲ୍‌ ଝାମ୍ପି ନେଉଥିବା ବେଳେ ଧରାପଡ଼ି ବହେ ଛେଚ‌ାଖାଇଛି। ଲୋକେ ତାକୁ କ୍ୟାପିଟାଲ୍‌ ଥାନା ପୁଲିସ ଜିମା...

capital ps

ଭୁବନେଶ୍ବର: ଆଜି ରାତି ପ୍ରାୟ ୮ଟା ବେଳେ ଏଜି ଛକରେ ଜଣେ ଯୁବତୀ ଅଳ୍ପକେ ଲୁଟ୍‌ର ଶିକାର ହେବାରୁ ବର୍ତ୍ତିଯାଇଛନ୍ତି। ଲୁଟେରାଜଣକ ଯୁବତୀଙ୍କ ହାତରୁ ମୋବାଇଲ୍‌ ଝାମ୍ପି ନେଉଥିବା ବେଳେ ଧରାପଡ଼ି ବହେ ଛେଚ‌ାଖାଇଛି। ଲୋକେ ତାକୁ କ୍ୟାପିଟାଲ୍‌ ଥାନା ପୁଲିସ ଜିମା ଦେଇଛନ୍ତି। ଜଣାପଡ଼ିଛି ଯେ ଅଭିଯୁକ୍ତ ହେଲା ଦିଲୀପ ଦଳେଇ। ରାଜଧାନୀର ହାଇସିକ୍ୟୁରିଟି ଜୋନ୍‌ରେ ରାତି ୮ଟା ବେଳେ ଘଟିଥିବା ଏଭଳି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। 
ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନାନୁସାରେ ଯୁବତୀଜଣକ ଏଜି ଛକରୁ ରାଜଭବନ ଛକ ଆଡ଼କୁ ଯାଉଥିଲେ। ଏଜି ଛକରୁ ଅଳ୍ପ ବାଟ ଯାଇଥିବା ବେଳେ ଅଭିଯୁକ୍ତ ଦିଲୀପ ତାଙ୍କ ହାତରୁ ମୋବାଇଲ୍‌ ଛଡ଼ାଇବାକୁ ଚେଷ୍ଟା କରିଥିଲା। ଯୁବତୀଜଣକ ମୋବାଇଲ୍‌ ନ ଛାଡ଼ିବ‌ାରୁ ଦିଲୀପ ତାଙ୍କୁ ଠେଲାପେଲା କରିଥିଲା। ତଥାପି ଯୁବତୀଜଣକ ମୋବାଇଲ ଛାଡ଼ିନଥିଲେ ଏବଂ ବଡ଼ପାଟି‌‌ରେ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ସେହି ବାଟ ଦେଇ ଯାଉଥିବା କିଛି ବାଇକ୍‌ ଆରୋହୀ ଅଟକି ଯାଇଥିଲେ। ସେମାନଙ୍କୁ ଦେଖି ଦିଲୀପ, ଯୁବତୀଙ୍କୁ ଛାଡ଼ି ଦୌଡ଼ିଥିଲା। କିନ୍ତୁ ଯୁବକମାନେ ଗୋଡ଼ାଇ ଗୋଡ଼ାଇ ତାକୁ କାବୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe