ନିଜ ତଣ୍ଟିକୁ କାଟି ରାସ୍ତାରେ ଗଡ଼ିଲେ ଯୁବକ

Advertisment

ଫାୟାର ଷ୍ଟେସନ୍‌ ଛକରେ ଯୁବକଙ୍କ ଉନ୍ମତ୍ତକାଣ୍ଡ

ଫାୟାର ଷ୍ଟେସନ୍‌ ଛକରେ ଯୁବକଙ୍କ ଉନ୍ମତ୍ତକାଣ୍ଡ

ନିଜ ତଣ୍ଟିକୁ କାଟି ରାସ୍ତାରେ ଗଡ଼ିଲେ ଯୁବକ

ଭୁବନେଶ୍ୱର: ଦିନ ପ୍ରାୟ ସାଢ଼େ ୩ଟା। ନୂଆପଲ୍ଲୀ ଥାନା ଅଧୀନ ଫାୟାର ଷ୍ଟେସନ୍‌ ଛକ। ଜଣେ ଯୁବକ ହାତରେ ଧରିଥିଲେ, ନୂଆ ବ୍ଲେଡ୍‌। ଏଣୁତେଣୁ ଗୁଡ଼ାଏ ମନେ ମନେ ଗପୁ ଥିଲେ। ମଝିରେ ମଝିରେ କାହାକୁ ଗାଳିଗୁଲଜ ମଧ୍ୟ କରି ପକାଉଥିଲେ। ହଠାତ ଥିଲେ ଥିଲେ, ବ୍ଲେଡରେ ନିଜ ବେକକୁ ଜୋରରେ କାଟି ପକାଇଥିଲେ। ଲୋକ ଦେଖୁଥିଲେ ମଧ୍ୟ କେହି ତାଙ୍କ ପାଖକୁ ଯାଇ ଅଟକାଇବାକୁ ସାହସ କରି ପାରି ନ ଥିଲେ। ଫଳରେ ସେ ବାରମ୍ବାର ନିଜ ବେକକୁ କାଟି ଚାଲିଥିଲେ। ରକ୍ତ ଜୁଡୁବୁଡୁ ହୋଇ ରାସ୍ତା ଉପରେ ସେ ପଡ଼ିଯିବା ପରେ ସ୍ଥାନୀୟ ଲୋକ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପିସିଆର ଭ୍ୟାନ୍‌ ତାଙ୍କୁ ଅଚେତ ଓ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ତେବେ ସେଠାରେ ରକ୍ତସ୍ରାବ ବନ୍ଦ ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି।

ଯାହା ସୂଚନା ମିଳିଛି ତାଙ୍କ ନାଁ କାହ୍ନଚରଣ ମୁଣ୍ଡ। ନିଜ ଘର ପାରାଦ୍ୱୀପ ଲକ୍‌ରେ। ଏଠାରେ ସେ ଶିରିପୁରୁ ଅଞ୍ଚଳରେ ରହୁନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ସେ ଆତ୍ମହତ୍ୟା କରଥିବା ପୁଲିସ ପକ୍ଷରୁ କୁହାଯାଇଛି। ତେବେ ଏବେ ସେ କଥା କହି ପାରୁନାହାନ୍ତି। ତେଣୁ ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ସେ ନେଇ କିଛି ଜଣାପଡ଼ିନାହିଁ। ତେବେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନା ତାଙ୍କ ତଣ୍ଟିକୁ କେହି କାଟିଛି ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe