‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’ ସଂଗୀତ ରାଜଭବନରେ ଲୋକାର୍ପିତ

Advertisment
‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’ ସଂଗୀତ ରାଜଭବନରେ ଲୋକାର୍ପିତ

ଭୁବନେଶ୍ୱର: ଓଡ଼ିଶା ଦିବସ ଅବସରରେ ଏକ ଦେଶାତ୍ମବୋଧ ସଂଗୀତ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କ ଦ୍ବାରା ରାଜଭବନରେ ଉନ୍ମୋଚିତ ହୋଇଯାଇଛି। ବସନ୍ତରାଜ ସାମଲଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। ହ୍ୟୁମାନ୍‌ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ଶ୍ରୀଚରଣ ମହାନ୍ତି, ସବିଶେଷ ମିଶ୍ର, ଶଶାଙ୍କ ଶେଖର, ପ୍ରଜ୍ଞା ସସ୍ମିତା ହୋତା, ବିଶ୍ବଜିତ୍‌ ମହାପାତ୍ର, ଦେବକୃପା ମିଶ୍ର, ଅଳକା ଅଭିଲେଖା, ସମୀକ୍ଷା ମିଶ୍ର, ଲୋପାମୁଦ୍ରା ଦାଶ, ଶ୍ରୀୟା ମିଶ୍ର ଓ ସୋନମ୍‌ ଦାଶ ପ୍ରମୁଖ ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଏଥିରେ ଗୀତ ଗାଇଛନ୍ତି। ଏହି ଗୀତରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ କଣ୍ଠଦାନ କରିଛନ୍ତି। ଜୟା‌ ବିଶ୍ବାସଙ୍କ ନିର୍ଦ୍ଦେଶନାରେ ଗୀତଟିର ଚିତ୍ରାୟନ କରାଯାଇଛି, ଯେଉଁଥିରେ ଓଡ଼ିଶାର ସଂପଦ ଓ ସୌନ୍ଦର୍ଯ୍ୟକୁ ଉପସ୍ଥାପନ କରାଯାଇଛି। ରାଜ୍ୟପାଳ ପ୍ରଫେସର୍‌ ଲାଲ ଏଭଳି ପ୍ରୟାସର ଭୂୟସୀ ପ୍ରଶଂସା କରିବା ସହ ଏହାର ସଫଳ ନିର୍ମାଣରେ ସଂପୃକ୍ତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଉନ୍ମୋଚନ ଉତ୍ସବରେ ରାଜ୍ୟପାଳଙ୍କ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe