ଷ୍ଟେସନରେ ନାବାଳକକୁ ବିଦ୍ୟୁତ୍ ଆଘାତ ମାମଲା: ଷ୍ଟେସନରେ ନାବାଳକକୁ ବିଦ୍ୟୁତ୍ ଆଘାତ ମାମଲା

Advertisment
ଷ୍ଟେସନରେ ନାବାଳକକୁ ବିଦ୍ୟୁତ୍ ଆଘାତ ମାମଲା: ଷ୍ଟେସନରେ ନାବାଳକକୁ ବିଦ୍ୟୁତ୍ ଆଘାତ ମାମଲା

new indian express

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ବର ରେଳ ଷ୍ଟେସନ ଓଭରବ୍ରିଜ୍‌ରୁ ଖସି ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିବା ନାବାଳକ ପ୍ରୀତୀଶ ଆଜି ସକାଳୁ ହସ୍ପିଟାଲରେ ସବୁଦିନ ପାଇଁ ଆଖି ବୁଜି ଦେଇଛି। ଶରୀରର ପ୍ରାୟ ୮୦ ଶତକଡ଼ା ପୋଡ଼ି ଯାଇଥିବା ବେଳେ ୬ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ସେ ହାରି ଯାଇଛି। ବାପା ମା’ ପୁଅର ଚିକିତ୍ସା ଲାଗି ଆର୍ଥିକ ସହଯୋଗ ପାଇଁ ଗଣମାଧ୍ୟମ ଜରିଆରେ ଆକୁଳ ନିବେଦନ କରିଥିଲେ ବି ସହଯୋଗ ମିଳିବା ପୂର୍ବରୁ ପ୍ରୀତିଶ ଦୁନିଆ ଛାଡ଼ି ଚାଲିଯାଇଛି। ତେବେ ଷ୍ଟେସନ୍‌ରେ କାମ କରୁଥିବା ଜିଆର୍‌ପି କର୍ମଚାରୀମାନଙ୍କ ଢିଲାପଣ ଯୋଗୁଁ ଜଣେ ନାବାଳକ ଅକାଳରେ ମୃତ୍ୟୁବରଣ କଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ମଞ୍ଚେଶ୍ବର ରେଳଷ୍ଟେସନ୍ ଓଭରବ୍ରିଜ୍ ଉପରେ ଚଢ଼ି ପାରା ଧରିବା ପାଇଁ ଉଦ୍ୟମ କରୁଥିବା ବେଳେ ପ୍ରୀତୀଶ ତଳକୁ ଖସି ପଡ଼ିଥିଲା ଓ ହାଇ-ଭୋଲ୍‌ଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲା। ତା’ ଦେହର ପ୍ରାୟ ୮୦ ଭାଗ ପୋଡ଼ି ଯାଇଥିଲା। କଟକ ବଡ଼ ମେଡିକାଲରେ ଆଜି ସକାଳୁ ତା’ର ମୃତ୍ୟୁ ହୋଇଯାଇଥିଲା। ତେବେ ବଡ଼ କଥା ହେଉଛି ପ୍ରୀତୀଶ ତା’ ସାଙ୍ଗମାନଙ୍କ ସହ ଷ୍ଟେସନ ଓଭରବ୍ରିଜ୍‌‌ରେ ଚଢ଼ି ପାରା ଧରୁଥି‌ଲେ ବି ସୁରକ୍ଷାକର୍ମୀମାନେ ସେମାନଙ୍କୁ ବାରଣ କରି ନଥିଲେ। ଏହା କୌଣସି ଗୋଟିଏ ଦିନ କଥା ନଥିଲା। ଏବେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିବାରୁ ଷ୍ଟେସନ୍‌ରେ ଯାତ୍ରୀ ଚଳପ୍ରଚଳ ପୂରା ବନ୍ଦ ରହିଛି। ତେଣୁ ଛୋଟ ପିଲାମାନେ କେମିତି ଷ୍ଟେସନକୁ ପ୍ରବେଶ କଲେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଢ଼ିଲା ସୁରକ୍ଷା ବ୍ୟବସ୍ଥାରୁ ଏହି ଅଘଟଣ ଘଟିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏହା ଗୋଟିଏ ଘଟଣା ନୁହେଁ, ଆହୁରି କିଛି ଛୋଟମୋଟ ଅଘଟଣ ଘଟୁଛି ଓ ଏଥିପାଇଁ ଜିଆର୍‌ପିର ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe