‘ଶ୍ରୀମଦ୍‌ ଭଗବତ୍‌ ଗୀତା’ର ନୂତନ ସଂସ୍କରଣ ଲୋକାର୍ପିତ

‘ଶ୍ରୀମଦ୍‌ ଭଗବତ୍‌ ଗୀତା’ର ନୂତନ ସଂସ୍କରଣ ଲୋକାର୍ପିତ

ଭୁବନେଶ୍ବର: ରାଜଭବନରେ ସ୍ବର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଇଂରାଜୀ ଅନୂଦିତ ‘ଶ୍ରୀମଦ୍‌ ଭଗବତ୍‌ ଗୀତା’ର ନୂତନର ସଂସ୍କରଣକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ୍‌ କହିଛନ୍ତି, ଗୀତାର କାବ୍ୟିକ ଅନୁବାଦ ଏକ କଠିନ ବ୍ୟାପାର ଏବଂ ସ୍ବର୍ଗତ ପାଣିଗ୍ରାହୀ ଏପରି ଏକ ସଫଳ ପ୍ରୟାସ କରିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି।

ଗୀତା ହେଉଛି ସଭ୍ୟତାର ସର୍ବଶ୍ରେଷ୍ଠ ଗ୍ରନ୍ଥ। ଏଥିରେ ସକଳ ପ୍ରଶ୍ନର ଉତ୍ତର ରହିଛି। ଗୀତାର ବିକଳ୍ପ ନାହିଁ। ଶ୍ରୀମଦ୍‌ ଭଗବତ୍‌ ଗୀତାର ବାଣୀର ପ୍ରସାରରେ ହିଁ ପୃଥିବୀରେ ଶାନ୍ତି ଆସିପାରିବ ବୋଲି ରାଜ୍ୟପାଳ କହିଛନ୍ତି। ଉନ୍ମୋଚନ ଉତ୍ସବରେ ନ୍ୟାୟମୂର୍ତ୍ତି ବାସୁଦେବ ପାଣିଗ୍ରାହୀ, ନ୍ୟାୟମୂର୍ତ୍ତି ଆରଏନ୍‌ ବିଶ୍ବାଳ, ବିନ୍ଧ୍ୟବାଳା ପାଣିଗ୍ରାହୀ, ବୈବସ୍ବତ ପାଣିଗ୍ରାହୀ, ରାମନାଥ ପଣ୍ଡା, ଗୀତା ମହାନ୍ତି, ସ୍ବାମୀ ଶିବ ଚିଦାନନ୍ଦ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe