ବିମାନବନ୍ଦର‌ରେ ହଇଚଇ କଲା ଗୋଲାପି ବ୍ୟାଗ୍‌

Advertisment

ଭୁବନେଶ୍ବର ବିମାନବନ୍ଦରରେ ଏକ ଗୋଲାପି ରଙ୍ଗର ବ୍ୟାଗ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ବ୍ୟାଗ୍‌ ଭିତରେ ବୋମା ଥିବା ସନ୍ଦେହରେ ଭୟର ବାତାବରଣ ଖେଳିଯାଇଥିଲା। କେହି ଆତଙ୍କବାଦୀ ବିମାନବନ୍ଦର ଉଡ଼ାଇବା ପାଇଁ ‌ଯୋଜନା କରିଥିବା ନେଇ କୋକୁଆଭୟ ଖେଳିଯାଇଥିଲା।

ଭୁବନେଶ୍ବର ବିମାନବନ୍ଦରରେ ଏକ ଗୋଲାପି ରଙ୍ଗର ବ୍ୟାଗ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ବ୍ୟାଗ୍‌ ଭିତରେ ବୋମା ଥିବା ସନ୍ଦେହରେ ଭୟର ବାତାବରଣ ଖେଳିଯାଇଥିଲା। କେହି ଆତଙ୍କବାଦୀ ବିମାନବନ୍ଦର ଉଡ଼ାଇବା ପାଇଁ ‌ଯୋଜନା କରିଥିବା ନେଇ କୋକୁଆଭୟ ଖେଳିଯାଇଥିଲା।

Bhubaneswar airport

Bhubaneswar airport

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ଏକ ଗୋଲାପି ରଙ୍ଗର ବ୍ୟାଗ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ବ୍ୟାଗ୍‌ ଭିତରେ ବୋମା ଥିବା ସନ୍ଦେହରେ ଭୟର ବାତାବରଣ ଖେଳିଯାଇଥିଲା। କେହି ଆତଙ୍କବାଦୀ ବିମାନବନ୍ଦର ଉଡ଼ାଇବା ପାଇଁ ‌ଯୋଜନା କରିଥିବା ନେଇ କୋକୁଆଭୟ ଖେଳିଯାଇଥିଲା। କିନ୍ତୁ ପରେ ଜଣାପଡ଼ିଲା ଯେ ରାଜଧାନୀର ଜଣେ ଯାତ୍ରୀ ଭୁଲବଶତଃ ତାଙ୍କ ବ୍ୟାଗ୍‌ ଛାଡ଼ି ପଳାଇଥିଲେ। ଯାତ୍ରୀଜଣକ ବ୍ୟାଗ୍‌ ପାଇଁ ବିମାନବନ୍ଦରକୁ ଆସିବା ପରେ ସମସ୍ତେ ଆଶ୍ବସ୍ତ ହୋଇଥିଲେ। 

ଘଟଣାଟି ଥିଲା ଏମିତି। ଗତକାଲିଠାରୁ ଭାରତ-ପାକ୍‌ ଯୁଦ୍ଧକୁ ନେଇ ରାଜଧାନୀରେ ହାଇଆଲର୍ଟ ଜାରି ହୋଇଛି। ବିଶେଷକରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏମିତିକି କିଛି ରୁଟ୍‌ରେ ଏଠାରୁ ଓ ଏଠାକୁ ବିମାନ ଉଡ଼ାଣ ବନ୍ଦ କରାଯାଇଛି। ଆଜି ହାଇଦ୍ରାବାଦରୁ ଏକ ବିମାନ ଏଠାରେ ଅବତରଣ କରିଥିଲା। ଜଣେ ମହିଳା ଯାତ୍ରୀ ତାଙ୍କ ପିଙ୍କ୍‌ କଲର୍‌ର ହ୍ୟାଣ୍ଡ୍‌ ବ୍ୟାଗ୍‌କୁ ଭୁଲବଶତଃ ଛାଡ଼ି ପଳାଇଥିଲେ। କିଛି ସମୟ ପର୍ଯ୍ୟନ୍ତ ଉକ୍ତ ବ୍ୟାଗ୍‌କୁ କେହି ନ ନେବାରୁ ଯାତ୍ରୀମାନଙ୍କ ସନ୍ଦେହ ହୋଇଥିଲା। ସେମାନେ ତୁରନ୍ତ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଖବର ପାଇ ସିଆଇଏସ୍‌ଏଫ୍‌ ଯବାନମାନେ ଉକ୍ତ ବ୍ୟାଗ୍‌ ଥିବା ଜାଗାକୁ ଘେରିଯାଇଥିଲେ ଏବଂ ସେଠାରୁ ସମସ୍ତ ଯାତ୍ରୀଙ୍କୁ ଦୂରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ସଙ୍ଗେସଙ୍ଗେ ବିମାନବନ୍ଦରରେ ଡଗ୍‌ ସ୍କ୍ବାଡ୍‌ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିଥିଲେ। ସତର୍କତାର ସହ ବ୍ୟାଗ୍‌କୁ ଯାଞ୍ଚ କରାଯାଇଥିଲା ଏବଂ ସେଥିରେ କିଛି ବି ବିସ୍ଫୋରକ ସାମଗ୍ରୀ ନଥିବା ଜଣାପଡ଼ିଥିଲା। ଏତିକିବେଳେ ମହିଳାଯାତ୍ରୀଜଣକ ବ୍ୟାଗ୍‌ ଖୋଜିଖୋଜି ବିମାନବନ୍ଦରରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe