୭ କୋଟିର ପ୍ରକଳ୍ପ ୪ ବର୍ଷରେ ଭୁଶୁଡ଼ି ପଡ଼ିଲା

Advertisment

୨୦୧୯ ମସିହା ଡିସେମ୍ବର ୧ତାରିଖରେ  ୱାର୍ଡ ୩୭ (ନୂଆପଲ୍ଲୀ ଅଞ୍ଚଳ)ର ଜଳବନ୍ଦି ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ନାଳ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ଏହା ସହିତ ୩ଟି ନାଳ ଭିନ୍ନ ସ୍ଥାନରୁ ମୁଖ୍ୟ ନାଳ ସହିତ ସଂଯୋଗ କରୁଥିବାରୁ ଅଞ୍ଚଳର ଦୁଃଖ ଦୂରହେବ ବୋଲି ଲୋକେ ଭରସା କଲେ।

୨୦୧୯ ମସିହା ଡିସେମ୍ବର ୧ତାରିଖରେ  ୱାର୍ଡ ୩୭ (ନୂଆପଲ୍ଲୀ ଅଞ୍ଚଳ)ର ଜଳବନ୍ଦି ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ନାଳ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ଏହା ସହିତ ୩ଟି ନାଳ ଭିନ୍ନ ସ୍ଥାନରୁ ମୁଖ୍ୟ ନାଳ ସହିତ ସଂଯୋଗ କରୁଥିବାରୁ ଅଞ୍ଚଳର ଦୁଃଖ ଦୂରହେବ ବୋଲି ଲୋକେ ଭରସା କଲେ।

dgadgdgaczvv

ଖଣ୍ଡଗିରି: ୨୦୧୯ ମସିହା ଡିସେମ୍ବର ୧ତାରିଖରେ  ୱାର୍ଡ ୩୭ (ନୂଆପଲ୍ଲୀ ଅଞ୍ଚଳ)ର ଜଳବନ୍ଦି ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ନାଳ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ଏହା ସହିତ ୩ଟି ନାଳ ଭିନ୍ନ ସ୍ଥାନରୁ ମୁଖ୍ୟ ନାଳ ସହିତ ସଂଯୋଗ କରୁଥିବାରୁ ଅଞ୍ଚଳର ଦୁଃଖ ଦୂରହେବ ବୋଲି ଲୋକେ ଭରସା କଲେ। କିନ୍ତୁ କାମ ସରିବାର ୪ ବର୍ଷ ନ ପୂରୁଣୁ ପ୍ରମୁଖ ଡ୍ରେନ ଦବିବା ସହିତ ନାଳରେ ଜଳ ନିଷ୍କାସନ ସମସ୍ୟା ଭାବେ ଉଭା ହୋଇଛି। ନିକଟରେଏହାର କିଛି ଅଂଶ ଭାଙ୍ଗି ଯିବା ସହିତ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି।

୨୦୧୯-୨୦ ଆର୍ଥିକ ବର୍ଷରେ କ୍ରିଷ୍ଣା ଟାୱାରଠାରୁ ଭୋଇସାହି ଦେଇ ଦମୟନ୍ତୀ ଆପାର୍ଟମେଣ୍ଟ ନାଳ, ଦମୟନ୍ତୀ ଆପାର୍ଟମେଣ୍ଟରୁ ମହିମା ଆଶ୍ରମ ଛକ, ମହିମା ଆଶ୍ରମ ଛକରୁ ଟ୍ରାଫିକ୍‌ଛକ ପର୍ଯ୍ୟନ୍ତ,  ଏଭଳି ୩ ନାଳ ମୋଟ୍‌୬ କୋଟି ୬୪ ଲକ୍ଷ ୫୧ ହଜାର ୭୮୬ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା। ନାଳ ନିର୍ମାଣ ସମୟରେ ଏହାର ପାଚେରି ଭୁଶୁଡ଼ି ପଡ଼ିବାରୁ ନିମ୍ନ ମାନର କାମ ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ତେବେ ଗତ ଲଗାଣ ବର୍ଷାରେ ପ୍ରଜାପତି କଲ୍ୟାଣୀ ମଣ୍ଡପ ସମ୍ମୁଖ ଡ୍ରେନ୍‌ଦବି ଯାଇ ବିରାଟ ଗାତ ହୋଇଥିଲା। ଯାହା ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ସହିତ ଗାଡ଼ି ଚାଳକଙ୍କ ପାଇଁ ବିପଦ ହୋଇଛି। ଏହି ରାସ୍ତା ବ୍ୟତୀତ ଡ୍ରେନ୍‌ର ଏକାଧିକ ସ୍ଥାନରେ ଏବେ ଫାଟ ଦେଖିବାକୁ ମିଳୁଛି। ଏ ନେଇ ସ୍ଥାନୀୟ ବାସିନ୍ଦା ପ୍ରଭୁଦତ୍ତ ସାମଲ କହିଛନ୍ତି, ପୂର୍ବରୁ ୱାର୍ଡ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ନିମ୍ନମାନର ଡ୍ରେନ୍‌ନିର୍ମାଣ କରିଛନ୍ତି। ଭଲ ଓ ଉଚ୍ଚକୋଟୀର କାମ ହୋଇଥିଲେ ହୁଏତ ଆଜି ଏ ଦୁର୍ଦ୍ଦଶା ସ୍ଥାନୀୟ ବାସିନ୍ଦାଙ୍କୁ ଭୋଗିବାକୁ ପଡ଼ି ନଥାନ୍ତା। ଏବେ କାନ୍ଥର କିଛି ଅଂଶ ଭାଙ୍ଗିଛି। ଆଗାମୀ ଦିନରେ ଡ୍ରେନ୍‌ଛାତ ମଧ୍ୟ ଭୁଶୁଡ଼ିବାର ଭୟ ଅଛି। ଏବେ ପ୍ରାୟ ଜାଗାରେ ଛାତର ଜାଲି ଦେଖାଗଲାଣି।

ଏ ନେଇ ସ୍ଥାନୀୟ କର୍ପୋରେଟର ବନ୍ଦିତା ପାଲ କହିଛନ୍ତି,  ବିଏମ୍‌ସି ଡ୍ରେନେଜ୍‌ବିଭାଗର ତତ୍କାଳୀନ ଅଫିସର ଓ ପୂର୍ବତନ ମେୟର ଜଳବନ୍ଦି ଭଳି ବିଷୟକୁ ଗୁରୁତ୍ୱ ଦେଇ ନଥିଲେ। ଠିକାଦାରକୁ ଅହେତୁକ ଅନୁକମ୍ପା, ଅଫିସରଙ୍କ ଅବହେଳା କାରଣରୁ ମାତ୍ର ୪/୫ ବର୍ଷ ମଧ୍ୟରେ ଡ୍ରେନ୍‌ସ୍ଥିତି ଖରାପ ହୋଇଯାଇଛି। କିନ୍ତୁ ୨୦୧୯-୨୦ ମସିହାରେ ବକ୍ସ ଡ୍ରେନ୍‌ନିର୍ମାଣରେ ହୋଇଥିବା ଦୁର୍ନୀତି ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବା ଆବଶ୍ୟକ ବୋଲି କର୍ପୋରେଟର୍‌ପାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe