ଆଇଗିଣିଆରେ ଜାତୀୟ ରାଜପଥରେ ଗୋଲେଇ ଛକ ଦାବି

ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଭେଟିଲେ ଭୁବନେଶ୍ବର ଜିଲ୍ଲା, ଛାତ୍ର କଂଗ୍ରେସ ପ୍ରତିନିଧି

ଆଇଗିଣିଆରେ ଜାତୀୟ ରାଜପଥରେ ଗୋଲେଇ ଛକ ଦାବି

ଭୁବନେଶ୍ବର: ଆଇଗିଣିଆଠାରେ ଜାତୀୟ ରାଜପଥରେ ଗୋଲେଇ ଛକ ଦାବିରେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ଛାତ୍ର କଂଗ୍ରେସ ସଭାପତି ୟାସର ନୱାଜ ଆଜି ଜାତୀୟ ରାଜପଥ କର୍ତୃପକ୍ଷ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଆଇଗିଣିଆ, ଯଦୁପୁର, ଡୁମଡୁମା, ଡୁମଡୁମା କଲୋନି, ସରକନ୍ତରା ଓ ବାହାଦଲପୁରର ଜନସାଧାରଣ ଜାତୀୟ ରାଜପଥ ଦେଇ ପ୍ରତିଦିନ ଯିବାଆସିବା କରୁଛନ୍ତି। ଡୁମଡୁମାରୁ ଖଣ୍ଡଗିରି ଦିଗରେ ଯିବାକୁ ହେଲେ ଲୋକମାନଙ୍କୁ ୨ କି.ମି ରାସ୍ତା ବୁଲି ପାତ୍ରପଡ଼ା ବ୍ରିଜ୍ ତଳ ଦେଇ ଯିବାକୁ ପଡ଼ୁଛି। କିଛି ଲୋକ ନିୟମ ନ ମାନି ଭୁଲ୍‌ ରାସ୍ତାରେ ଯିବା ଫଳରେ ଖଣ୍ଡଗିରି ଛକରେ ପ୍ରତିଦିନ ଦୁର୍ଘଟଣା ହେଉଛି। ତେଣୁ ଆଇଗିଣିଆ ଛକ ଦେଇ ଏକ ଗୋଲେଇ କରାଯାଇ ଏହି ସମସ୍ୟାର ସମାଧାନ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି। ଜାତୀୟ ରାଜପଥ କର୍ତୃପକ୍ଷ ଅଧିକାରୀ ଏ ସଂପର୍କରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ରଣଜିତ ପାତ୍ର, ସ୍ବାଗତ କର, ମହମ୍ମଦ ଗୁଲଫାମ, ମିହିର ଆଚାର୍ଯ୍ୟ, ଅଜୟ ସାହୁ, ମହମ୍ମଦ ତାକ୍ବିନ, ସାଗର ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe