ଏକାମ୍ର ହାଟ ନିକଟରେ ସିରିଜ୍ କାର୍ ଦୁର୍ଘଟଣା: ଯୁବକ ଗୁରୁତର ଜଣେ ଥାନାରେ ଅଟକ

Advertisment
ଏକାମ୍ର ହାଟ ନିକଟରେ ସିରିଜ୍ କାର୍ ଦୁର୍ଘଟଣା: ଯୁବକ ଗୁରୁତର ଜଣେ ଥାନାରେ ଅଟକ

ଭୁବନେଶ୍ବର: ଖାରବେଳନଗର ଥାନା ଅନ୍ତର୍ଗତ ଏକାମ୍ର ହାଟ ନିକଟରେ ରାତି ପ୍ରାୟ ୯ଟା ୩୦ରେ ସିରିଜ କାର୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ତାଙ୍କୁ ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଖବର ଅନୁଯାୟୀ, ଆଜି ରାତିରେ ଏକ ନାଲି ରଙ୍ଗର କ୍ରେଟା କାର୍ ରାମ ମନ୍ଦିର ଆଡ଼କୁ ଯାଉଥିଲା। ଏହି ସମୟରେ ହଠାତ୍ ଦ୍ରୁତ ଗତିରେ କାର୍‌ଟି ସାମ୍ନା ପଟରୁ ଆସୁଥିବା ୨ଟି କାର୍‌କୁ ଧକ୍କା ଦେଇଥିଲା। ଫଳରେ ୩ଟି ଯାକ କାର୍‌ର ଆଗ ପାର୍ଶ୍ବ ଭାଙ୍ଗିବା ସହିତ କିଆ ସେଲଟସ୍ ଗାଡ଼ି ଚଳାଉଥିବା ଯୁବକଙ୍କ ଗୋଡ଼ ଓ ଛାତିରେ ଆଘାତ ଲାଗିଥିବା ଜଣାପଡ଼ିଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ଶ୍ରଦ୍ଧାନିଧି ମହାନ୍ତିଙ୍କୁ ଖାରବେଳନଗର ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe