Winter clothing merchant: ଶୀତବସ୍ତ୍ର ବ୍ୟବସାୟୀଙ୍କ ମୁହଁରେ ହସ: ବଢ଼ୁଛି ଶୀତ, ବଢ଼ୁଛି ବେପାର

ଜାଡ଼ରେ ଥରୁଛି ରାଜଧାନୀ। ରାଜଧାନୀର ରାତି ତାପମାତ୍ରା ୧୫ ଡିଗ୍ରି ସେଲ୍‌ସିୟସ୍‌ତଳକୁ ଖସିଆସିଲାଣି। ବିଳମ୍ବିତ ସକାଳ ପର୍ଯ୍ୟନ୍ତ ଶୀତବସ୍ତ୍ର ଛାଡ଼ିବାକୁ ଇଚ୍ଛା ହେଉନି। ସଂଧ୍ୟା ନ ହେଉଣୁ ଶୀତ କବଳକୁ ଆସିଯାଉଛି ସହର। ଅପରାହ୍ଣରୁ ହିଁ ଶୀତ ମାଡ଼ିବସୁଛି।

dgdagdzvcv

ଭୁବନେଶ୍ୱର: ଜାଡ଼ରେ ଥରୁଛି ରାଜଧାନୀ। ରାଜଧାନୀର ରାତି ତାପମାତ୍ରା ୧୫ ଡିଗ୍ରି ସେଲ୍‌ସିୟସ୍‌ତଳକୁ ଖସିଆସିଲାଣି। ବିଳମ୍ବିତ ସକାଳ ପର୍ଯ୍ୟନ୍ତ ଶୀତବସ୍ତ୍ର ଛାଡ଼ିବାକୁ ଇଚ୍ଛା ହେଉନି। ସଂଧ୍ୟା ନ ହେଉଣୁ ଶୀତ କବଳକୁ ଆସିଯାଉଛି ସହର। ଅପରାହ୍ଣରୁ ହିଁ ଶୀତ ମାଡ଼ିବସୁଛି। କାଲୁଆ ପବନ ବା‌ଜିଲେ ଦେହ ଥରି ଉଠୁଛି। ଶୀତବସ୍ତ୍ର ନ ପିନ୍ଧିଲେ ପଦାକୁ ବାହାରି ହେଉନାହିଁ। ରାତି ଯେତେ ବଢ଼ୁଛି, ପାରଦ ସେତେ ତଳକୁ ଖସୁଛି। ରାଜଧାନୀ‌ରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି କମ୍‌ରହୁଛି। ଆଗରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାଘାଟରେ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଏବେ ୯ଟା ବେଳକୁ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। କେବଳ ସେତିକି ନୁହେଁ, ବ୍ୟବସାୟୀମାନେ ଡେରିରେ ଦୋକାନ ଖୋଲୁଛନ୍ତି।  ତେବେ ଥଣ୍ଡାକୁ ନେଇ ଗୋଟିଏ ବର୍ଗର ଲୋକଙ୍କ ମୁହଁରେ ହସ ଫୁଟିଛି। ସେମାନେ ହେଉଛନ୍ତି ଶୀତବସ୍ତ୍ର ବ୍ୟବସାୟୀ। ଥଣ୍ଡା ବଢ଼ିବାରୁ ରାଜଧାନୀରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ଶୀତବସ୍ତ୍ର ବଜାରରେ ଗହଳି ବଢ଼ିବାକୁ ଲାଗିଲାଣି। ମଲ୍‌ରେ ବା ଅନ୍ୟ ସ୍ଥାୟୀ ଦୋକାନରେ ବ୍ରାଣ୍ଡେଡ୍‌ଜିନିଷ ମିଳୁଥିଲେ ମଧ୍ୟ ଏ ବାବଦରେ ରାଜଧାନୀର ଅଧିକାଂଶ ମଧ୍ୟବିତ୍ତ ଲୋକଙ୍କର ପ୍ରଥମ ପସନ୍ଦ ରାସ୍ତାକଡ଼ରେ ଖୋଲିଥିବା ସ୍ବତନ୍ତ୍ର ଶୀତବସ୍ତ୍ର ଦୋକାନ ପାଲଟିଛି। 

ଆକର୍ଷଣ ପାଲଟିଛି ଆଲାସ୍କା ଡାଇମଣ୍ଡ କମ୍ବଳ
ଶୀତବସ୍ତ୍ର ବଜାରଗୁଡ଼ିକରେ ଭିନ୍ନ ଭିନ୍ନ ଧରଣର କମ୍ୱଳର ଚମତ୍କାର ସଂଗ୍ରହ ଦେଖିବାକୁ ମିଳୁଛି। ସେଥିମଧ୍ୟରେ ଅଛି ଡଲ୍‌ଫିନ୍‌, କୋରିଆ ଗୋଲ୍ଡ, ଆଲାସ୍କା ଡାଇମଣ୍ଡ ଓ ହରିୟାଣା କମ୍ବଳ। ପିଲାମାନଙ୍କ ପାଇଁ ରହିଛି ବେବି ବ୍ଲାଙ୍କେଟ୍‌, ଯାହା ଅତ୍ୟନ୍ତ କୋମଳ ଓ ହାଲୁକା ତଥା ଶୀତରେ ବେଶ୍ ଆରାମଦାୟକ। ସେହିପରି ଶାଲ୍‌ଭିତରେ ରହିଛି କଶ୍ମୀର, ରାଜସ୍ଥାନୀ, ଜୟପୁରୀ ଓ ଫ୍ୟାନ୍‌ସି ଶାଲ୍‌। ଏଗୁଡ଼ିକର ଦାମ୍‌୩୦୦ ଟଙ୍କାରୁ ଆରମ୍ଭ ହେଉଛି ବୋଲି ରସୁଲଗଡ଼ର ବ୍ୟବସାୟୀ ଅମନ ବିଶ୍ୱାସ କହିଛନ୍ତି।

ଫ୍ୟାସନେବଲ୍ ସ୍ବେଟ୍ ସାର୍ଟ ଓ ଟୋପି
ରଙ୍ଗବେରଙ୍ଗ ଉଲ୍‌, ଗଞ୍ଜି, କଟନ୍‌ଓ ଫ୍ୟାସନ୍‌ର ସ୍ବେଟର୍‌, ଜ୍ୟାକେଟ୍‌ଆଦିରେ ଭରପୂର ରହିଛି ଶୀତବସ୍ତ୍ର ବଜାର। ମହିଳାମାନଙ୍କ ପାଇଁ ରଙ୍ଗିନ ଫ୍ଲୋରାଲ୍‌ପ୍ରିଣ୍ଟ୍‌, ପ୍ରିଣ୍ଟେଡ୍‌, ଏମ୍ବ୍ରୋ‌ଡରି ସ୍ବେଟର୍‌ଓ ଜ୍ୟାକେଟ୍‌ମିଳୁଛି। ପଞ୍ଚୋର ଡିଜାଇନ୍‌ର ଦାମ୍‌୭୦୦ଟଙ୍କା ଥିବା ବେଳେ ଲଙ୍ଗ୍‌ବ୍ଲେଜର୍‌ର ଦାମ୍‌୧୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଉଭୟ ପୁରୁଷ ମହିଳାମାନେ ଫ୍ୟାସନ୍‌ଓ ଫିଦର୍‌ଉଲ୍‌ଜ୍ୟାକେଟ୍‌ଅଧିକ ପସନ୍ଦ କରୁଥିବାର ଦେଖାଯାଉଛି। ସେହିପରି ଶୀତଦିନିଆ ଫ୍ୟାସନ ପାଇଁ ‘ବିନି କ୍ୟାପ୍‌’ ଉପରେ ସମସ୍ତଙ୍କ ନଜର। ଏହାର ଉପର ଭାଗରେ ବିଭିନ୍ନ ପ୍ରକାର କାର୍ଟୁନ୍‌, ଫୁଲ ବା ଭିନ୍ନ ଭିନ୍ନ ଡିଜାଇନ୍‌ର କଣ୍ଢେଇ, ଷ୍ଟୋନ୍‌ଓ କୁନ୍ଦନ, ମାଳି ଖଚିତ କା‌ମ ହୋଇଛି। ଏଗୁଡ଼ିକର ଦାମ୍ ୩୦ ଟଙ୍କାରୁ ଆରମ୍ଭ ହୋଇ ୪୦୦ଟଙ୍କା ପର୍ଯ୍ୟନ୍ତ ରହିଛି।

ଦେଖାଯାଉନାହାନ୍ତି ତିବ୍ବତୀୟ
ଚଳିତ ବର୍ଷ ରାଜଧାନୀର ଶୀତବସ୍ତ୍ର ବଜାରର ଗୋଟିଏ ଉଲ୍ଲେଖନୀୟ ଦିଗ ହେଉଛି, ଏଥର ତିବ୍ବତୀୟ ବ୍ୟବସାୟୀ ବେଶୀ ଦେଖାଯାଉନାହାନ୍ତି। ଏକଦା ସେହିମାନେ ହିଁ ଭୁବନେଶ୍ବର ସମେତ ସାରା ଓଡ଼ିଶାର ବିଭିନ୍ନ ସହରକୁ ଶୀତଋତୁରେ ଯାଇ ଶୀତବସ୍ତ୍ର ବିକ୍ରି କରୁଥିଲେ। ସେମାନଙ୍କ ଜିନିଷ ଭଲ ବୋଲି ଲୋକଙ୍କର ବିଶ୍ବାସ ଥିଲା। କାରଣ ଅନେକ ସାଧାରଣ ଲୋକଙ୍କର ଧାରଣା ଥିଲା ଯେ ହିମାଳୟ ବା ସେହିପରି ଥଣ୍ଡା ଇଲାକାର ଅଧିବାସୀ ‌ହୋଇଥିବାରୁ ସେମାନେ ନିଜ ଅଞ୍ଚଳରେ ତିଆରି ଶୀତବସ୍ତ୍ର ଆଣି ବିକ୍ରି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe