ଦୂତି ଚାନ୍ଦଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ଅଲିମ୍ପିଆନ ଦୂତି ଚାନ୍ଦଙ୍କ କାର୍‌ ୧୬ ନମ୍ବର ଜାତୀୟ ରାଜପଥର କଟକ ମଧୁପାଟଣା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୂତି ସୁରକ୍ଷିତ ଥିବାବେଳେ ତାଙ୍କ କାର୍‌ କ୍ଷତିଗ୍ରସ୍ତ ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଦୂତି କୌଣସି କାର୍ଯ୍ୟକ୍ରମରେ ଯୋଗଦେଇ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ...

1amnnzapa

କଟକ: ଅଲିମ୍ପିଆନ ଦୂତି ଚାନ୍ଦଙ୍କ କାର୍‌ ୧୬ ନମ୍ବର ଜାତୀୟ ରାଜପଥର କଟକ ମଧୁପାଟଣା ନିକଟରେ ଗୁରୁବାର ରାତି ପ୍ରାୟ ୮ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୂତି ସୁରକ୍ଷିତ ଥିବାବେଳେ ତାଙ୍କ କାର୍‌ କ୍ଷତିଗ୍ରସ୍ତ ହୋଇଛି।

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଦୂତି କୌଣସି କାର୍ଯ୍ୟକ୍ରମରେ ଯୋଗଦେଇ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ କାର୍‌ରେ ଆସୁଥିଲେ।

ମଧୁପାଟଣା ନିକଟରେ ତାଙ୍କ କାରକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ପରେ ଟ୍ରକ୍‌ ଚାଳକ ତାଙ୍କୁ ଦୁର୍ବ୍ୟବହାର କରି ପଳାଇ ଯାଉଥିଲା। ହେଲେ ଦୂତି ଗୋଡ଼ାଇ ଗୋଡ଼ାଇ ଉକ୍ତ ଟ୍ରକ୍‌କୁ କାବୁ କରିଥିଲେ।

ଅଧିକ ପଢ଼ନ୍ତୁ: ଆଜି ପ୍ରୟାଗରାଜ୍‌ରେ କୁମ୍ଭ ‘ସାହାୟକ’ ଚାଟବଟ୍ ଲଞ୍ଚ କରିବେ ମୋଦୀ

ଖବରପାଇ ମଧୁପାଟଣା ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ଦୂତି ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା(ନଂ.୩୩୧/୨୪) ରୁଜୁ କରିଥିବା ଆଇଆଇସି ଚିତ୍ତରଞ୍ଜନ ରାଉତ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଦିଲ୍ଳୀର ୩ଟି ସ୍କୁଲ୍‌କୁ ବୋମା ଧମକ; ସପ୍ତାହ ମଧ୍ୟରେ ମିଳିଲା ଦ୍ବିତୀୟ ଥର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe