ସୂତ୍ର ପକ୍ଷରୁ ଦୁଇଦିନିଆ ପ୍ରଦର୍ଶନୀ

Advertisment
ସୂତ୍ର ପକ୍ଷରୁ ଦୁଇଦିନିଆ ପ୍ରଦର୍ଶନୀ

ଚନ୍ଦ୍ରଶେଖରପୁର: ବିଭିନ୍ନ ଡିଜାଇନର ଅଳଙ୍କାର, ନାରୀ, ପୁରୁଷ ଓ ପିଲାଙ୍କ ପୋଷାକ, ଗୃହ ସାଜସଜା ସାମଗ୍ରୀ ଏବଂ ପ୍ରସାଧନ ସାମଗ୍ରୀକୁ ନେଇ ସୂତ୍ର ପକ୍ଷରୁ ଅନୁଷ୍ଠିତ ହେଉଛି ଦୁଇ ଦିନିଆ ପ୍ରଦର୍ଶନୀ ଓ ଗ୍ରାହକ ମେଳା। ସୂତ୍ରର ପରିଚାଳନା ନିର୍ଦେଶକ ଉମେଶ ମଧ୍ୟାନ ଓ ନିର୍ଦେଶିକା ମନିକା ମଧ୍ୟାନ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି।

ହୋଟେଲ ମେ’ ଫେୟାର ଲାଗୁନରେ ଆୟୋଜିତ ଏହି ପ୍ରଦର୍ଶନୀରେ ଶତାଧିକ ଫ୍ୟାସନ୍ ପ୍ରେମୀ ଗ୍ରାହକଙ୍କ ଭିଡ଼ ଜମୁଛି। ଆଜି ପ୍ରଥମ ଦିନରେ ୫୦ରୁ ଅଧିକ ଷ୍ଟଲ ଖୋଲିଥିବା ବେଳେ ଖୁବ୍‌ଭଲ ବ୍ୟବସାୟ ହୋଇଥିବା ‌ଆୟୋଜକ ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ଏହି ପ୍ରଦର୍ଶନୀରେ ବିଭିନ୍ନ ରାଜ୍ୟର ପୋଷାକ, ଗହଣା ବ୍ୟତୀତ ବିଭିନ୍ନ ଫ୍ୟାସନ୍ ଡିଜାଇନର୍‌ମାନଙ୍କ ସ୍ବତନ୍ତ୍ର କଲେକସନ୍ ଦେଖିବାକୁ ମିଳିଛି। ଯାହାକୁ ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି। ଆୟୋଜକ ସଂସ୍ଥା ପକ୍ଷରୁ ପ୍ରତି ରାଜ୍ୟରେ ଗୋଟିଏ ମାସ ମଧ୍ୟରେ ୮ଟି ପୃଥକ ପୃଥକ ସ୍ଥାନରେ ପ୍ରର୍ଦଶନୀ କରାଯାଉଥିବା ଜଣାପଡ଼ିଛି। ଯାହା‌ଦ୍ବାରା ବିଭିନ୍ନ ରାଜ୍ୟର ଗ୍ରାହକମାନେ ପଡ଼ୋଶୀ ରାଜ୍ୟର ଜିନିଷପତ୍ର ସୁଲଭ ମୂଲ୍ୟରେ ପାଇପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe