ଲୟୋଲା ସ୍କୁଲରେ ଦୁଇଦିନିଆ ସ୍କାଉଟ୍‌ ଗାଇଡ୍‌ କ୍ୟାମ୍ପ ଉଦ୍‌ଯାପିତ

Advertisment
ଲୟୋଲା ସ୍କୁଲରେ ଦୁଇଦିନିଆ ସ୍କାଉଟ୍‌ ଗାଇଡ୍‌ କ୍ୟାମ୍ପ ଉଦ୍‌ଯାପିତ

ଭୁବନେଶ୍ବର: ଲ‌ୟୋଲା ସ୍କୁଲରେ ଦୁଇ ଦିନଧରି ଚାଲିଥିବା ସ୍କାଉଟ୍‌ ଗାଇଡ୍‌ ଓ କବସ୍‌ ଓ ବୁଲ୍‌ବୁଲ୍‌ ବାର୍ଷିକ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଫାଦର୍‌ ଭିକ୍ଟର ମିସକୁଇଥ୍‌ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ଏହି କ୍ୟାମ୍ପ ଦକ୍ଷତା ବିକାଶ ସହ ଶାରୀରିକ ଓ ମାନସିକ ଶକ୍ତିକୁ ମଜଭୁତ୍‌ କରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ପ୍ରଥମ ଦିନ ନୃତ୍ୟ, ଚିତ୍ରକଳା ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସେହିଭଳି ଦ୍ବିତୀୟ ଦିନ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଗ୍ରାମ୍ୟମେଳା ପ୍ରଦର୍ଶନୀ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ସମ୍ବିତ ଗଡ଼ନାୟକ ଓ ଅନାମିକା ଦାସ ଯୋଗ ଦେଇଥିଲେ। ଦୁଇ ଦିନ ବ୍ୟାପୀ ଚାଲିଥିବା କ୍ୟାମ୍ପର ସଫଳତା ନେଇ ଶିକ୍ଷକ, ଶିକ୍ଷୟିତ୍ରୀ, ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟକ୍ଷ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe