ଭକ୍ତି, ନୃତ୍ୟ ଓ ସଙ୍ଗୀତର ଅନନ୍ୟ ସନ୍ଧ୍ୟା ‘ସମର୍ପଣ’

‘ସୋ ଆମ୍ ଆଇ ଫାଉଣ୍ଡେସନ’ର ଷଷ୍ଠ ବାର୍ଷିକ ଉତ୍ସବ ‘ସମର୍ପଣ’ ଉତ୍କଳମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ନିଃସ୍ୱାର୍ଥପର ସେବାକୁ ସର୍ବୋଚ୍ଚ ଭକ୍ତି ଭାବରେ ଗୁରୁତ୍ୱାରୋପ କରିଥିଲେ।

addgzcvvvc

ଭୁବନେଶ୍ୱର: ‘ସୋ ଆମ୍ ଆଇ ଫାଉଣ୍ଡେସନ’ର ଷଷ୍ଠ ବାର୍ଷିକ ଉତ୍ସବ ‘ସମର୍ପଣ’ ଉତ୍କଳମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ନିଃସ୍ୱାର୍ଥପର ସେବାକୁ ସର୍ବୋଚ୍ଚ ଭକ୍ତି ଭାବରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ବିଏମ୍‌ସି କମିସନର ଚଞ୍ଚଳ ରାଣା ଯୋଗଦେଇ ସେବାର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇଥିଲେ।  

କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନାଲି ମହାନ୍ତି ଫାଉଣ୍ଡେସନ୍‌ ଦ୍ୱାରା କରାଯାଉଥିବା କାର୍ଯ୍ୟ ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ‘ଏସ୍‌ଏନ୍‌ଏମ୍‌ ଗ୍ରୁପ୍’ ଓ ‘ଫାଲକନ୍ ଗ୍ରୁପ୍’ କୁ ‘ସାଇ ସହାୟ ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ  ଗ୍ରାମୀଣ ବିକାଶ ସଂଗଠନର ପ୍ରତିଷ୍ଠାତା ସାଇ ପ୍ରକାଶ ମହାନ୍ତି, ସମାଜସେବୀ ଗଗନ ପାଇଟାଲ ଓ ଏଥିସହିତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ତତ୍ତ୍ୱାବଧାନରେ ସଂଗୀତ, ହାସ୍ୟରସ ଓ ନୃତ୍ୟର ସମିଶ୍ରିତ ସାଂସ୍କୃତିକ ସନ୍ଧ୍ୟା  ‘ହାର୍ମୋନି ଫର୍ ହ୍ୟୁମାନିଟି’ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ, ଶଶାଙ୍କ ଶେଖର, ସୌରଭ ଭରଦ୍ୱାଜ, ପାୟଲ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। କମେଡିଆନ୍‌ ପ୍ରଜ୍ଞା ଓ ଶଙ୍କର ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିପରି ସିଜଲର୍ସ ଡ୍ୟାନ୍ସ ଗ୍ରୁପ୍  ନୃତ୍ୟଶିଳ୍ପୀ ବିଦୁଙ୍କ ସଂଯୋଜନାରେ ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ପିନାକୀ ମହାନ୍ତି, ସହପ୍ରତିଷ୍ଠାତା ଚିଦାତ୍ମିକା ଖଟୁଆ, ଟ୍ରଷ୍ଟି ପୁନମ୍ ମହାପାତ୍ର, ନମ୍ରିତା ଚହଲ, ସୁଚେତା ଖାଟୋଇ, ଅରବିନ୍ଦ ଅଗ୍ରୱାଲ, ଆଦିତ୍ୟ ଅଗ୍ରୱାଲ ଓ ସଞ୍ଜୀବ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe