ନନ୍ଦନକାନନରେ ଜଳହସ୍ତୀ ଶାବକ ଜନ୍ମ

ନନ୍ଦନକାନନରେ ଜଳହସ୍ତୀ ଶାବକ ଜନ୍ମ

(representational immage) Nandankanan Zoological Park Nandankanan Zoological Park

ବାରଙ୍ଗ: ଆଜି ମଧ୍ୟାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୩ ନମ୍ବର ଖୁଆଡ଼‌ ପୁଷ୍କରିଣୀରେ ଏକ ଜଳହସ୍ତୀ ଶାବକ ଜନ୍ମ ନେଇଛି। ନବଜାତ ଅଣ୍ଡିରା ଛୁଆ ଓ ମା’ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ମା’ ଜଳହସ୍ତୀଟି ଉପଯୁକ୍ତ ଜନ୍ମ ନେଉନଥିବା ବେଳେ ଅନ୍ୟମାନଙ୍କ ପକ୍ଷରୁ ଶାବକଟି ପ୍ରତି ବିପଦ ଆଶଙ୍କା ରହିଛି। ତେଣୁ ତା’ର ସ୍ବତନ୍ତ୍ର ଯତ୍ନ ପାଇଁ ତାକୁ ମା’ଠାରୁ ଅଲଗା କରିବାକୁ ଜନ୍ତୁରକ୍ଷକମ‌ାନେ ଉଦ୍ୟମ କରିଥିଲେ। ମାତ୍ର ଅନ୍ୟ ଜଳହସ୍ତୀମାନେ ଜନ୍ତୁରକ୍ଷକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇବାରୁ କର୍ମଚାରୀମାନଙ୍କ ଯୋଜନା ଫଳବତୀ ହୋଇନଥିଲା।

ତେଣୁ ଆଉ ଦିନକ ପାଇଁ ଅପେକ୍ଷା କରାଯାଇଛି ଏବଂ ଆବଶ୍ୟକ ହେଲେ ଆସନ୍ତାକାଲି ଶାବକକୁ ଅଲଗା କରିବାକୁ ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଏହି ନବଜାତ ଶାବକକୁ ମିଶାଇ ଏବେ ନନ୍ଦନକାନନରେ ଜଳହସ୍ତୀ ସଂଖ୍ୟା ୧୨କୁ (୭ଟି ମାଈ ଓ ୫ଟି ଅଣ୍ଡିରା) ବୃଦ୍ଧିପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe