ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଏରକଣ୍ଟା ଗ୍ରାମର ସୁକାନ୍ତୀ ନାୟକ ନାମ୍ନୀ ଜଣେ ମହିଳା ଆଜି ଦିନ ୧୧ଟା ବେଳେ ଗାଈ ଦୁହିଁବାକୁ ଗୁହାଳକୁ ଯିବା ବେଳେ ସେଠାରେ ମୃତ୍ୟୁ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ସୁକାନ୍ତୀ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାର ମାତ୍ର କିଛି ସମୟ ମଧ୍ୟରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସୁକାନ୍ତୀଙ୍କ ୩ ନାବାଳକ ପୁଅ ଝିଅ ଅଛନ୍ତି। ସୁକାନ୍ତୀ ଜଣେ ଉତ୍ତମ ସ୍ୱଭାବର ଲୋକ ହୋଇଥିବାରୁ ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ଗାଈ ଦୁହିଁବାକୁ ଯିବା ବେଳେ ଟଳି ପଡ଼ିଲେ ମହିଳା
Advertisment
Follow Us