ଗାଁମୁଣ୍ଡ ବରଗଛରେ ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା

Advertisment
ଗାଁମୁଣ୍ଡ ବରଗଛରେ ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ତୁରିନ୍ତିରା ଗ୍ରାମର ଆର୍ତ୍ତତ୍ରାଣ ମୁଦୁଲିଙ୍କ ପୁଅ ଚିନ୍ତାମଣି ମୁଦୁଲି ( ୨୭ ) ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ସୂଚନା ପାଇ ବାଲିପାଟଣା ପୁଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ , ଆର୍ତ୍ତତ୍ରାଣଙ୍କ ଅଠାନ୍ତର ପେଟ୍ରୋଲ ପମ୍ପ ନିକଟରେ ଏକ ଚା’ ଦୋକାନ ଅଛି। ଚିନ୍ତାମଣି ଦୋକାନରେ ବାପା ଙ୍କୁ ସାହାଯ୍ୟ କରନ୍ତି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚିନ୍ତାମଣି ଘରକୁ ଫେରି ନ ଥିଲେ। ବଡ଼ ଭାଇ କୁଳମଣି ଫୋନ କରି ତାଙ୍କୁ ଘରକୁ ଆସିବା ପାଇଁ କହିଥିଲେ। ଏହାର କିଛି ସମୟ ପରେ ଚିନ୍ତାମଣିଙ୍କ ଫୋନ ଲାଗି ନ ଥିଲା କି ସେ ଆଉ ଘରକୁ ଫେରି ନ ଥିଲେ। ଆଜି ସକାଳୁ ଲୋକେ ଗାଁମୁଣ୍ଡ ଚାନ୍ଦିନୀ ବରଗଛରେ ଚିନ୍ତାମଣିଙ୍କ ମୃତଦେହ ଝୁଲୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯିବ ବୋଲି ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe