କଇଁଛ ଖାଇବା ଭିଡିଓ ଭାଇରାଲ କରି ଅଡ଼ୁଆରେ ଯୁବକ

Advertisment

କଇଁଛ ମାରିବା ପରେ ତାହାକୁ ରୋଷେଇ କରି ଖାଇବା ସହ ଏହାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିବାରୁ ଏବେ ଅଡ଼ୁଆରେ ଯୁବକ। ବିବେକ ନାମକ ଜଣେ ଓଡ଼ିଆ ଯୁବକ ତାଙ୍କ ୟୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ...

କଇଁଛ ମାରିବା ପରେ ତାହାକୁ ରୋଷେଇ କରି ଖାଇବା ସହ ଏହାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିବାରୁ ଏବେ ଅଡ଼ୁଆରେ ଯୁବକ। ବିବେକ ନାମକ ଜଣେ ଓଡ଼ିଆ ଯୁବକ ତାଙ୍କ ୟୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ...

sffssf

ଭୁବନେଶ୍ବର: କଇଁଛ ମାରିବା ପରେ ତାହାକୁ ରୋଷେଇ କରି ଖାଇବା ସହ ଏହାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିବାରୁ ଏବେ ଅଡ଼ୁଆରେ ଯୁବକ। ବିବେକ ନାମକ ଜଣେ ଓଡ଼ିଆ ଯୁବକ ତାଙ୍କ ୟୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏହି ଭିଡ଼ିଓ ଅପଲୋଡ କରିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ସ୍ନେକ ‌ହେଲ୍ପଲାଇନ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ ପିସିସିଏଫ୍‌ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ‌ସେ କହିଛନ୍ତି, ଭିଡିଓଟି ୨୭ ଡିସେମ୍ବର ୨୦୨୪ ରେ ଅପଲୋଡ ହୋଇଛି। କଇଁଛ ଶୀକାର କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍, ୧ ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି।  ତେଣୁ ସଂପୃକ୍ତ ଯୁବକଙ୍କୁ ଗିରଫ କରିବାକୁ ଶୁଭେନ୍ଦୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe