ଆଧାର କାର୍ଡ ବାଧ୍ୟତାମୂଳକ ନ ହେଉ

Advertisment
ଆଧାର କାର୍ଡ ବାଧ୍ୟତାମୂଳକ ନ ହେଉ

'ଭୁବନେଶ୍ୱର: ସିବିଏସ୍‌ଇ ଅଧୀନ ସ୍କୁଲରେ ନବମ ଏବଂ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି। ଏନେଇ ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ ଏହାର ତିବ୍ର ବିରୋଧ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏନେଇ ଆଜି ମହାସଂଘର ଏକ ପ୍ରତିନିଧିଦଳ ଭୁବନେଶ୍ୱରସ୍ଥିତ ସିବିଏସ୍‌ଇର ଆଞ୍ଚଳିକ ନିର୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ କୌଣସି କାର୍ଯ୍ୟ ଲାଗି ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଛନ୍ତି। ନିର୍ଦେଶକୁ ଖାତିର ନ କରି ସିବିଏସ୍‌ଇ କର୍ତୃପକ୍ଷ ଏଭଳି ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ପରେ ସ୍କୁଲ କର୍ତୃପକ୍ଷ ଆଜିଠାରୁ ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଇଛନ୍ତି। ସେମାନଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ସିବିଏସ୍‌ଇ କର୍ତୃପକ୍ଷ ତୁରନ୍ତ ଏଭଳି ନିଷ୍ପତ୍ତିରୁ ଓହରିବାକୁ ମହାସଂଘ ଦାବି କରିଛି। ପ୍ରତିନିଧିଦଳରେ ମହାସଂଘର ଅଧ୍ୟକ୍ଷ ସୁଦର୍ଶନ ଦାଶ, ବାସୁଦେବ ଭଟ୍ଟ, ଅଶୋକ କୁମାର ପାଇକରାୟ, ମନୋଜ କୁମାର ଶର୍ମା ପ୍ରମୁଖ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe