ଭୁବନେଶ୍ବର: ଓଡ଼ିଶାରେ ମହିଳାଙ୍କ ଉପରେ ବଢ଼ି ଚାଲିଥିବା ଅତ୍ୟାଚାର ବିରୋଧରେ ଆଜି ଆମ୍ ଆଦ୍ମୀ ପାର୍ଟି ମାଷ୍ଟରକ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି। ଦଳ ଅଭିଯୋଗ କରିଛି, ରାଜ୍ୟରେ ନାରୀଙ୍କ ସୁରକ୍ଷାରେ ସରକାର ବିଫଳ ହୋଇଛନ୍ତି। ବିଜେପି ସରକାରକୁ ଆସିବାର ୧୩ ମାସ ମଧ୍ୟରେ ରାଜ୍ୟରେ ଦୁଷ୍କର୍ମ, ହତ୍ୟା, ନାରୀ ନିର୍ଯାତନା ବଢ଼ିଚାଲିଛି। ପ୍ରଥମେ ଏଫ୍ଏମ୍ କଲେଜ ଛାତ୍ରୀ ଓ ଏବେ ବଳଙ୍ଗାରେ ଜଣେ ନାବାଳିକାଙ୍କୁ ଜାଳି ଦିଆଯିବା, ରାଜ୍ୟ ଗୃହ ବିଭାଗର ଅପାରଗତାକୁ ପଦାରେ ପକାଇଛି। ଏଭଳି ସମ୍ବେଦନଶୀଳ ଘଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଁହ ନଖୋଲିବା, ସରକାରଙ୍କ ନିରବତା, ମହିଳା ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ଅସହାୟତାକୁ ସ୍ପଷ୍ଟ କରିଛି। ଏଣୁ ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦଳ ରାଜ୍ୟପାଳଙ୍କୁ ନିବେଦନ କରିଛି। ଏହି ପ୍ରତିବାଦ ସଭାରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର, ସନ୍ଦୀପ୍ତ ଦାସ, ରୁଚିର ରୁଦ୍ର ରଥ, ଜୟସୂର୍ଯ୍ୟ କାନୁନଗୋ, ଶୁଭାଶିଷ ସ୍ବାଇଁ, ମନୋଜ ମହାନ୍ତି, ସସ୍ମିତା ହୋତା, ଲଳିତ ମୋହନ ଦାସ ଅଧିକାରୀ, ଅମିୟ ଶର୍ମା, ସୁନୀଲ ଷଡ଼ଙ୍ଗୀ, ଅମିତ ମହାପାତ୍ର, ସଞ୍ଜୟ କେତନ ନାୟକ, ଶ୍ରୀଧର ସାହୁ, ରମାକାନ୍ତ ସ୍ବାଇଁ, ଲଲାଟ କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର
Advertisment
Follow Us