ଆପ୍‌ର ବିଜୁଳି ସତ୍ୟାଗ୍ରହ, ୭ମ ଦିନରେ ଆମରଣ ଅନଶନ

Advertisment
ଆପ୍‌ର ବିଜୁଳି ସତ୍ୟାଗ୍ରହ, ୭ମ ଦିନରେ ଆମରଣ ଅନଶନ

ଭୁବନେଶ୍ବର: ଓଡ଼ିଶାରେ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଣ ଦାବିରେ ଆପ୍‌ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଚାଲୁ ରଖିଥିବା ଆମରଣ ଅନଶନ ୭ ଦିନରେ ପହଞ୍ଚିଛି। କିନ୍ତୁ ଏପର୍ଯ୍ୟନ୍ତ ସରକାର ତାଙ୍କ ଦାବିକୁ ନେଇ ତାଙ୍କ ସହିତ କୌଣସି ଆଲୋଚନା କରିନାହାନ୍ତି।

ଶ୍ରୀ ମହାପାତ୍ରଙ୍କ କହିବା କଥା ଦିଲ୍ଲୀରେ ଆପ୍‌ ସରକାର ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣାରେ ବିଜୁଳି ପ୍ରଦାନ କରୁଛି। ମାତ୍ର ଓଡ଼ିଶା ସରକାର ଏଦିଗରେ କୌଣସି ବିଚାର କରିବାକୁ ପ୍ରସ୍ତୁତ ନାହାନ୍ତି। ଏଠାରେ ହେଉଥିବା ବଳକା ଉତ୍ପାଦନକୁ ବାହାର ରାଜ୍ୟକୁ ବିକ୍ରି କରାଯାଉଛି, ଅଥଚ ଉପ‌ଭୋକ୍ତାଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ବୋଝ ଲଦି ଦିଆଯାଉଛି। ରାଜ୍ୟ ସରକାର ଘରୋଇ କମ୍ପାନିମାନଙ୍କର ହିତସାଧନା ପାଇଁ ବିଜୁଳି ଦର ବଢ଼ାଉଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ରାଜ୍ୟବାସୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଏକାଠି ହୋଇ ଏହି ଦାବି କରିବା ପାଇଁ ସେ ଆହ୍ବାନ କରିଛନ୍ତି। ଆନ୍ଦୋଳନକୁ ସମର୍ଥନ ଜଣାଇ ସିପିଆଇଏମ୍‌ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସମ୍ପାଦକ ମଣ୍ଡଳୀ ସଦସ୍ୟ ଜନାର୍ଦ୍ଦନ ପତି ଓ ସୁରେଶ ପାଣିଗ୍ରାହୀ ସତ୍ୟାଗ୍ରହ ସ୍ଥାନରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe