ଆରତି ମହାନ୍ତିଙ୍କ ‘ଅଶାନ୍ତ ଆତ୍ମା’ ଲୋକାର୍ପିତ

Advertisment
ଆରତି ମହାନ୍ତିଙ୍କ ‘ଅଶାନ୍ତ ଆତ୍ମା’ ଲୋକାର୍ପିତ

ପୁରୁଣା ଭୁବନେଶ୍ବର: ସ୍ଥାନୀୟ ପାନ୍ଥନିବାସଠାରେ ସାରସ୍ବତ ସାଧିକା ଆରତି ମହାନ୍ତିଙ୍କ ‘ଅଶାନ୍ତ ଆତ୍ମା’ ଲୋକାର୍ପଣ ହୋଇଯାଇଛି। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଭାଷାବିତ୍‌ ଡ. ଦେବୀପ୍ରସନ୍ନ ପଟ୍ଟନାୟକ। ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶିଷ୍ଟ କଥାକାର ଗୌରହରି ଦାସ କହିଥିଲେ ଯେ ଗୋଟିଏ ଭଲ ଗଳ୍ପ ପାଠକମାନଙ୍କୁ ଆମୋଦିତ କରିଥାଏ। ଲେଖିକା ଶ୍ରୀମତୀ ମହାନ୍ତିଙ୍କ ଗଳ୍ପକୁ ଉଦାହରଣ ଦେଇ ସେ କହିଥିଲେ ଯେ ଛୋଟଛୋଟ ଘଟଣାକୁ ଗଳ୍ପରେ ସ୍ଥାନ ଦେଇ ସେ ଜୀବନର ଗଭୀରତମ ଦର୍ଶନକୁ ପରିପ୍ରକାଶ କରିଛନ୍ତି। ଅନ୍ୟତମ ଅତିଥି ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ କହିଥିଲେ ଯେ ଜୀବନ ହେଉଛି ଏକ ସମସ୍ୟା। ସବୁ ସମସ୍ୟାର ସାମଧାନ ଥାଏ, ‌ତେଣୁ ଜୀବନର ସବୁ ସମସ୍ୟାକୁ ଧୈର୍ଯ୍ୟର ସହ ସମ୍ମୁଖୀନ କରିବା ବଡ଼ କର୍ତ୍ତବ୍ୟ। ବିଶିଷ୍ଟ ବୈଜ୍ଞାନିକ ଓମ୍‌କାର ମହାନ୍ତି ଲେଖିକାଙ୍କ ଗଳ୍ପରେ ଜୀବନକୁ ବୁଝିବାର ବହୁ ପ୍ରୟାସ ରହିଛି ବୋଲି କହିଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶୁଭେନ୍ଦୁ କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe