Advertisment

Abandoned bus occupies the road: ରାସ୍ତା ମାଡ଼ିବସିଛି ପରିତ୍ୟକ୍ତ ବସ୍‌: ପୌରପାଳିକା ନୋଟିସ୍‌କୁ ଫୁ

Advertisment

ଜଟଣୀ ପୌରପାଳିକା କର୍ତ୍ତୃପକ୍ଷଙ୍କ ନୋଟିସକୁ ବେଖାତିର କରି ଜଣେ ବସ୍‌ ମାଲିକ ୪ଟି ପୁରୁଣା ପରିତ୍ୟକ୍ତ ବସ୍‌ଗୁଡ଼ିକୁ ରାସ୍ତା କଡ଼ରେ ରଖିଛନ୍ତି। ଫଳରେ ରାସ୍ତା ସଂକୁଚିତ ହୋଇଯାଇଛି ଏବଂ ଅନ୍ୟାନ୍ୟ ସମସ୍ୟା ଉପୁଜିଛି।

ଜଟଣୀ ପୌରପାଳିକା କର୍ତ୍ତୃପକ୍ଷଙ୍କ ନୋଟିସକୁ ବେଖାତିର କରି ଜଣେ ବସ୍‌ ମାଲିକ ୪ଟି ପୁରୁଣା ପରିତ୍ୟକ୍ତ ବସ୍‌ଗୁଡ଼ିକୁ ରାସ୍ତା କଡ଼ରେ ରଖିଛନ୍ତି। ଫଳରେ ରାସ୍ତା ସଂକୁଚିତ ହୋଇଯାଇଛି ଏବଂ ଅନ୍ୟାନ୍ୟ ସମସ୍ୟା ଉପୁଜିଛି।

sfhfhhfxbvbv

ଜଟଣୀ: ଜଟଣୀ ପୌରପାଳିକା କର୍ତ୍ତୃପକ୍ଷଙ୍କ ନୋଟିସକୁ ବେଖାତିର କରି ଜଣେ ବସ୍‌ ମାଲିକ ୪ଟି ପୁରୁଣା ପରିତ୍ୟକ୍ତ ବସ୍‌ଗୁଡ଼ିକୁ ରାସ୍ତା କଡ଼ରେ ରଖିଛନ୍ତି। ଫଳରେ ରାସ୍ତା ସଂକୁଚିତ ହୋଇଯାଇଛି ଏବଂ ଅନ୍ୟାନ୍ୟ ସମସ୍ୟା ଉପୁଜିଛି। ବଡ଼ କଥା ହେଉଛି ପୌରପାଳିକା ଉକ୍ତ ଜାଗାରେ ପାଦଚଲା ରାସ୍ତା କରିବାକୁ ଯୋଜନା କରିଥିଲେ ହେଁ ବସ୍‌ଗୁଡ଼ିକ ଥିବାରୁ ତାହା ହୋଇପାରୁନାହିଁ। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ଅଧିବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୌରପାଳିକା କର୍ତ୍ତୃପକ୍ଷ ତୁରନ୍ତ ସେହି ବସ୍‌ଗୁଡ଼ିକୁ ରାସ୍ତା କଡ଼ରୁ ହଟାଇବାକୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି। 

ସମସ୍ୟାଟି ୮ନମ୍ବର ୱାର୍ଡର। ପୌରପାଳିକା କାର୍ଯ୍ୟାଳୟଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ସମସ୍ୟା ମୁଣ୍ଡ ଟେକି ଠିଆହୋଇଛି ଏବଂ କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ୍ ଦେବା ଭଳି ସ୍ଥିତି। ରସ୍ତା ଦଖଲ ଯେତିକି ବଡ଼ ସମସ୍ୟା, ତା’ଠାରୁ ବଡ଼ ହେଉଛି ଆବର୍ଜନା ଓ ପ୍ରଦୂଷିତ ପରିବେଶ ସୃଷ୍ଟି। ବସ୍‌ଗୁଡ଼ିକ ଥିବା ଜାଗାରୁ ଅଳିଆ ସଫା ହୋଇପାରୁନି। ତେଣୁ ଜାଗାଟି ଜଙ୍ଗଲିଆ ହୋଇଗଲାଣି ଏବଂ ବିଷଧର ଜନ୍ତୁଜୁନ୍ତାଙ୍କ ବାସସ୍ଥଳୀ ପାଲଟିଛି। ତେଣୁ ସେହି ବାଟ ଦେଇ ଯାତାୟାତ କରିବା ବିପଦପୂର୍ଣ୍ଣ ବୋଲି ଲୋକେ ଅଭିଯୋଗ କରିଛନ୍ତି। ସେହିଭଳି ଦିନ ହେଉ କି ରାତି ହେଉ, ସେଠି ନିଶାଡ଼ିମାନଙ୍କ ଆଡ଼ା ଜମୁଛି। ଚଳିତ ବର୍ଷ ମାର୍ଚ୍ଚ ୯ତାରିଖ ମଧ୍ୟାହ୍ନରେ ହଠାତ୍ ଗୋଟିଏ ବସ୍ ରେ ନିଆଁ ଲାଗି ଯାଇଥିଲା। ଚାହୁଁଚାହୁଁ ନିଆଁ ଅନ୍ୟ ଏକ ବସ୍‌କୁ ଡେଇଁଥିଲା। ‌ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ଆଉ ଟିକିଏ ବିଳମ୍ବ ହୋଇଥିଲେ ଅଗ୍ନିକାଣ୍ଡରେ ନିକଟସ୍ଥ ଦୋକାନ ବଜାର ପୋଡ଼ି ଯାଇଥାଆନ୍ତା ବୋଲି ସେତେବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସେବେଠୁ ପୌରପାଳିକା କର୍ତ୍ତୃପକ୍ଷ, ବସ୍‌ମାଲିକଙ୍କୁ ବସ୍‌ଗୁଡ଼ିକ ସ୍ଥାନାନ୍ତର କରିବାକୁ ନୋଟିସ୍‌ କରିଚାଲିଛନ୍ତି। କିନ୍ତୁ ବସ୍‌ମାଲିକ ସେସବୁକୁ ଫୁ କରିଦେଇଛନ୍ତି। ଏନେଇ କାଉନ୍‌ସିଲର୍‌ ଇତିଶ୍ରୀ ଦାସ କହିଛନ୍ତି ଯେ ବାରମ୍ବାର ନୋଟିସ୍ ପରେ ବି ବସ୍‌ମାଲିକ ବେଖାତିର କରୁଛନ୍ତି। ତେଣୁ ଆଗକୁ ନିୟମ ଅନୁସାରେ ପଦକ୍ଷେପ ନିଆଯିବ। ସେହି ଜାଗାରୁ ବସ ହଟିଲେ, ସର୍ବସାଧାରଣ ପାଇଁ ପାଦଚଲା ରାସ୍ତା ନିର୍ମାଣ କରାଯିବାର ଲକ୍ଷ୍ୟ ରହିଛି। ଆଗାମୀ କାଉନ୍‌ସିଲର ବୈଠକରେ ଏହି ପ୍ରସଙ୍ଗ ପୁଣି ଉଠାଇବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe