ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ହିଂସାର ମାତ୍ରା ବଢ଼ିବାରେ ଲାଗିଛି। ଚୋରି, ଠକେଇ, ଲୁଟ୍, ରାହାଜାନୀ ଆଦି ଘଟଣା ବଢ଼ିଚାଲିଛି। ସେହିପରି ଘରୋଇ କଳି ଓ ପାରିବାରିକ ହିଂସା ମଧ୍ୟ ସୀମା ଅତିକ୍ରମ କରିଛି। ବ୍ରାଉନ୍ସୁଗାର ବ୍ୟାପର, ମଦ-ଗଂଜେଇ କାରବାର ମଧ୍ୟ କିଛି କମ୍ ନୁହେଁ। ସନ୍ଧ୍ୟା ପରେ ଜଣେ ମହିଳା ଏକାକୀ ଚାଲିବା ମଧ୍ୟ ସୁରକ୍ଷିତ ମନେ କରୁନାହାନ୍ତି। ରାଜଧାନୀରେ ବାରମ୍ବାର ହେଉଥିବା ଚେନ୍ ଲୁଟ୍କୁ ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।
ଏହି ଖବର ପଢ଼ନ୍ତୁ: ଗୁଳିକରି ଡେଲିଭରି ବଏଙ୍କୁ ହତ୍ୟା
ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ୧ ମାସ ଭିତରେ ୨ ଶହରୁ ଊର୍ଦ୍ଧ୍ବ ଚେନ୍ ଲୁଟେରାଙ୍କୁ ଧରାଯାଇଛି। ତଥାପି ଗହଳି ସ୍ଥାନରେ ସେମାନେ ସକ୍ରିୟ ହେଉଛନ୍ତି। ଷ୍ଟ୍ରିଟ କ୍ରାଇମ୍ ରୋକିବାକୁ ସବୁବେଳେ ଆମର ସ୍ଵତନ୍ତ୍ର ଡ୍ରାଇଭ୍ ଚାଲୁଛି। ଏୟାରଫିଲଡ଼ ଥାନା ଲବଣଗିରିରେ ଘଟିଥିବା ଲୁଟ ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି, ତାହା ଅତ୍ୟନ୍ତ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା। ଏଭଳି କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ,ସେମାନଙ୍କୁ ଧରିବା ପାଇଁ ପୁଲିସ ପ୍ରତିଶ୍ରୁତିବଦ୍ଧ।
ଗତ ୧ ମାସ ଭିତରେ ୨ ଶହରୁ ଊର୍ଦ୍ଧ୍ବ ଚେନ୍ ଲୁଟେରାଙ୍କୁ ଧରାଯାଇଛି। ତଥାପି ଗହଳି ସ୍ଥାନରେ ସେମାନେ ସକ୍ରିୟ ହେଉଛନ୍ତି। ଷ୍ଟ୍ରିଟ କ୍ରାଇମ୍ ରୋକିବାକୁ ସବୁବେଳେ ଆମର ସ୍ଵତନ୍ତ୍ର ଡ୍ରାଇଭ୍ ଚାଲୁଛି।
-ପିନାକ ମିଶ୍ର, ଡିସିପି, ଭୁବନେଶ୍ବର
ଏହି ଖବର ପଢ଼ନ୍ତୁ: ମହିଳାଙ୍କ ଆଇସିୟୁରେ ମୃତ୍ୟୁ
ସୂଚନାଯୋଗ୍ୟ ରାଜଧାନୀରେ ସୁନାଚେନ୍ ଲୁଟ୍ ନେଇ ଅନକ ସମୟରେ ଅଭିଯୋଗ ଆସୁଛି। ନିକଟରେ ଜଣେ ଏଭଳି ଅଗଟଣର ଶିକାର ହୋଇଥିଲେ। ଭୁବନେଶ୍ୱରରୁ ହରିରାଜପୁରସ୍ଥିତ ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ହଠାତ୍ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ସୁନା ଚେନ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ। ମୋଟା ଚେନ ଥିବାରୁ ଚେନ ଛିଣ୍ଡି ନ ଥିଲା।
ଏହି ଖବର ପଢ଼ନ୍ତୁ: ମାଆ ଆଗରେ ପୁଅଝିଅଙ୍କୁ ଚେଙ୍କ ଦେଲା ପ୍ରେମିକ
ସେମାନେ ଚେନ ନେଇପାରି ନ ଥିଲେ। ସ୍ବାମୀ ବାଇକ ଚଲାଉଥିବାବେଳେ ସ୍ତ୍ରୀ ୟୁ.ବିଷ୍ଣୁ ପାତ୍ର ପଛରେ ବସିଥିଲେ। ଲୁଟ ନ କରିପାରି ପୁନର୍ବାର ଲୁଟ ପାଇଁ ଲୁଟେରା ଗୋଡ଼ାଇ ଆକ୍ରମଣ କରିଥିଲେ। ଲୁଟରୁ ସୁନା ଚେନ୍ ସିନା ବଞ୍ଚିଗଲା ହେଲେ ଆକ୍ରମଣ ଯୋଗୁ ବିଷ୍ଣୁ ମୁଣ୍ଡରେ ଆଘାତ ପାଇଥିଲେ। ୩ ଦିନ ଧରି ଜୀବନ ସହିତ ସଂଗ୍ରାମ ପରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ଘଟଣାର ତଦନ୍ତ କରୁଛି।
ଏହି ଖବର ପଢ଼ନ୍ତୁ: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍