ଦଳିତ ସେବିକାଙ୍କୁ ଦୁଷ୍କର୍ମ ଘଟଣା: କୋର୍ଟରେ ବୟାନ ରେକର୍ଡ, ଅରୁଣର ପତ୍ତା ମିଳୁନି

Advertisment
ଦଳିତ ସେବିକାଙ୍କୁ ଦୁଷ୍କର୍ମ ଘଟଣା: କୋର୍ଟରେ ବୟାନ ରେକର୍ଡ, ଅରୁଣର ପତ୍ତା ମିଳୁନି

Commissionerate Police

ଭୁବନେଶ୍ବର: ଇନ୍‌ଫୋଭ୍ୟା‌ଲି ଥାନା ଅଧୀନ ଜଟଣୀ ଗେଟ୍‌ ଗଙ୍ଗପଡ଼ା ନିକଟ‌ରେ ଥିବା ଏକ ଚାରିଟେବଲ୍‌ ଟ୍ରଷ୍ଟରେ ହୋଇଥିବା ଦଳିତ ସେବିକାଙ୍କୁ ଦୁଷ୍କର୍ମ ଘଟଣାରେ ପୁଲିସ ଏଯାଏ ଅଭିଯୁକ୍ତ ଅରୁଣର ପତ୍ତା ପାଇନାହିଁ। ତାକୁ ଗିରଫ କରିବାକୁ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏଣେ ପୁଲିସ ଆଜି ପୀଡ଼ିତାଙ୍କୁ ନେଇ ଭୁବନେଶ୍ବର କୋର୍ଟରେ ବିଚାରପତିଙ୍କ ସମ୍ମୁଖରେର ବୟାନ ରେକର୍ଡ କରାଇଛି। ପୀଡ଼ିତାଜଣକ ତାଙ୍କ ଉପରେ ହୋଇଥିବା ପା‌ଶବିକ ଅତ୍ୟାଚାର ତଥା ଦୁଷ୍କର୍ମ ଘଟଣାର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି।

ଏମିତିକି ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଦେବାକୁ ସେ ନିବେଦନ କରିଛନ୍ତି। ପ୍ରକାଶ ଥାଉ କି ତିନି ଦିନ ତଳେ ପୀଡ଼ିତା‌ ଏହି ସଂଗିନ୍‌ ଅଭିଯୋଗ କରିଥିଲେ। ସ୍ବାମୀଙ୍କୁ ହରାଇବା ପରେ ପେଟ ପୋଷିବାକୁ ସେ ଉକ୍ତ ଚାରି‌ଟେବଲ ଟ୍ରଷ୍ଟରେ ସେବିକା ଭାବେ କାମ କରୁଥିଲେ। ତାଙ୍କ ଅସହାୟତାର ସୁଯୋଗ ନେଇ ଟ୍ରଷ୍ଟର ଅନ୍ୟତମ ପରିଚାଳକ ଅଭିଯୁକ୍ତ ଅରୁଣ ତାଙ୍କ ସହିତ ଜୋର୍‌ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି କଥା ପ୍ରଘଟ କଲେ, ତାଙ୍କ ପୁଅକୁ ହତ୍ୟା କରିବ ବୋଲି ଅରୁଣ ଧମକ ଦେଇଥିବା ନେଇ ସେ ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe