ମହିଳାଙ୍କୁ ଦୁର୍ବ୍ୟବହାର, ଥାନାରେ ଅଭିଯୋଗ

ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ୨ ଅଟକ

Telegraph India

ଭୁବନେଶ୍ବର : ବ୍ରହ୍ମେଶ୍ବରପାଟଣା ବାସୁଆଘାଇ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ସ୍ଥାନୀୟ କ‌ର୍ପୋରେଟରଙ୍କ ଭାଇ ଦୁର୍ବ୍ୟବହାର କରିଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ତାଙ୍କ ମୁହଁରେ ଛେପ ପକାଇବା ଓ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ସେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି।

ଅଭିଯୋଗ ଅନୁସାରେ, ବ୍ରହ୍ମେଶ୍ବରପାଟଣା ୫୮ନଂ ୱାର୍ଡ ସ୍ଥିତ ବାସୁଆଘାଇ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ମଧୁସ୍ମିତା ରାଉତ କର୍ମଚାରୀଭା‌ବେ କାମ କରୁଛନ୍ତି। ଗତ ୫ ତାରିଖରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ମଧୁସ୍ମିତା ଅନ୍ୟ ସହକର୍ମୀଙ୍କ ସହ କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ସେଠାରେ କର୍ପୋରେଟର ନମିତା ମାହାପାତ୍ରଙ୍କ ଭାଇ ମଳୟ ମହାପାତ୍ର ଓ ତାଙ୍କ ସହଯୋଗୀ ପହଞ୍ଚି ତାଙ୍କୁ ସହକର୍ମୀଙ୍କ ସାମ୍ନାରେ ଅସଭ୍ୟ ଭଷାରେ ଗାଳି କରିବା ସହ ଚାକିରିରୁ ବାହାର କରିବା, ମୁହଁକୁ ଛେପ ପକାଇବା, ଜୀବନରୁ ମାରିଦେବାକୁ ଧମକ ଦେବା ସହ ଦୁର୍ବ୍ୟବହାର କରିଥିଲେ। ଏ ନେଇ ମଧୁସ୍ମିତା ୬ତାରିଖରେ ବଡ଼ଗଡ଼ ଥାନା‌ରେ ଲିଖିତ ଅଭିଯୋଗ କରିଥିଲେ। ପରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉକ୍ତ ଥାନା ଅଧୀନରେ ଯାଉନଥିବା ଜାଣିବାକୁ ପାଇବା ପରେ ପୁଣି ଆଜି ସହିଦନଗର ଥାନାରେ ମଧୁସ୍ମିତାଙ୍କ ସମେତ ଅନ୍ୟ ସହକର୍ମୀମାନେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ତଦନ୍ତ କରିବାକୁ ସେ ଅଭିଯୋଗରେ ଦର୍ଶାଇଛନ୍ତି। ସହିଦନଗର ଥାନା ପୁଲିସ ଅଭିଯୋଗ ଆଧାରରେ ତଦନ୍ତ କରୁଛି।

ଅପରପକ୍ଷରେ ଅଭିଯୋଗକୁ ମଳୟ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି। ସେ କହିଛନ୍ତ, ଉକ୍ତ କେନ୍ଦ୍ରରେ କିଛି କର୍ମଚାରୀ ଡ୍ରେସ କୋଡ୍‌ ମାନୁନାହାନ୍ତି। ଏଥିସହିତ କାମରେ ଅବହେଳା କରୁଛନ୍ତି। ବାରମ୍ବାର ଏଭଳି ଘଟଣା ଘଟିବା ପରେ କର୍ପୋରେଟରଙ୍କ ଜଣେ ମହିଳା ପ୍ରତିନିଧି ଆସି ଏ ସମ୍ପର୍କରେ କର୍ମଚାରୀମାନଙ୍କୁ ବୁଝାସୁଝା କରିଥିଲେ। ମାତ୍ର କର୍ମଚାରୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ମଳୟ ଆସି ଏନେଇ ପଚାରିବାରୁ କର୍ମଚାରୀମାନେ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe