ବାପା ଓ ସାବତ ମା’ ବିରୋଧରେ ସଂଗିନ ଅଭିଯୋଗ: ୭ ବର୍ଷର ଶିଶୁକନ୍ୟାକୁ ଅକଥନୀୟ ନିର୍ଯାତନା

Advertisment

ଉଦ୍ଧାର କଲେ ମା’, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଉଦ୍ଧାର କଲେ ମା’, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ବାପା ଓ ସାବତ ମା’ ବିରୋଧରେ ସଂଗିନ ଅଭିଯୋଗ: ୭ ବର୍ଷର ଶିଶୁକନ୍ୟାକୁ ଅକଥନୀୟ ନିର୍ଯାତନା

ZEE5

ଭୁବନେଶ୍ବର : ଭୁବନେଶ୍ୱର ଉପକଣ୍ଠରେ ଘଟିଛି ଏକ ଅଭାବନୀୟ ଘଟଣା। ୭ ବର୍ଷର ଶିଶୁକନ୍ୟା ଉପରେ ହୋଇଛି ଅକଥନୀୟ ଅତ୍ୟାଚାର। କେବେ ଶିକୁଳିରେ ବାନ୍ଧି ମାଡ଼ ଦିଆ ହୋଇଛି ତ’ କେବେ ଦେହରେ ଢାଳି ଦିଆଯାଇଛି ଗରମ ପାଣି। ସାହିପଡ଼ିଶା କିମ୍ବା ଶତ୍ରୁ ନୁହେଁ, ନିଜ ବାପା ଦେଇଛନ୍ତି ଏଭଳି ଅକଥନୀୟ ନିର୍ଯାତନା। ସାବତ ମା’ସହ ମିଶି ବାପା ଏଭଳି ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ଶିଶୁଟିର ମା’।

ଏଭଳି ନିର୍ଯାତନାର ଖବର ପାଇବା ପରେ କେତେକ ସାମାଜିକ କର୍ମୀଙ୍କ ସହଯୋଗରେ ବାପାଙ୍କ ପାଖରୁ ଶିଶୁକନ୍ୟାକୁ ନିଜ ମା’ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି। ଶିଶୁକୁ ଦେଖିଲେ ଲାଗୁଛି ଯେମିତି ବର୍ଷ ବର୍ଷ ଧରି ଖାଇବାକୁ ଦିଆଯାଇନି। ଅପପୁଷ୍ଟିର ଶିକାର ହେଲା ଭଳି ମନେ ହେଉଛି। ତେବେ ତା’ର ଚିକିତ୍ସା ଚାଲିଛି, ସୁସ୍ଥ ହେଲେ ମୂଳ କାରଣ ଜଣାପଡ଼ିବ।

ମା’ ରିଜ୍‌ୱାନା ରବିନ୍‌ଙ୍କ ଅଭିଯୋଗ ମୁତାବକ, ୨୦୧୩ରେ ତାଙ୍କର ପିପିଲିରେ ବାହାଘର ହୋଇଥିଲା। ବିବାହର କିଛି ବର୍ଷ ପରେ ସ୍ବାମୀଙ୍କ ସହ ସମ୍ପର୍କ ଖରାପ ହୋଇଥିଲା। ୨୦୨୦ରେ ଦୁଇ ପରିବାରର ସହମତିରେ ବିବାହ ବିଚ୍ଛେଦ ହୋଇଥିଲା। ଝିଅକୁ ବାପାଙ୍କ ପାଖେ ଛାଡ଼ି ଘରକୁ ଫେରି ଆସିଥଲେ ରିଜ୍‌ୱାନ୍‌। ପରେ ଦ୍ୱିତୀୟ ବିବାହ କରି ଥିଲେ ତାଙ୍କ ସ୍ବାମୀ। କିନ୍ତୁ ଝିଅ ବାପାଙ୍କ ପାଖରେ ରହିବାକୁ ଚାହୁନଥିଲା। ଏଣୁ ତାକୁ ନିର୍ଯାତନା ଦିଆଯାଉଥିଲା ବୋଲି ରିଜ୍‌ୱାନା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଝିଅକୁ ନିର୍ଯାତନା ଦିଆଯାଇ ନ ଥିବା ସଫେଇ ଦେଇଛନ୍ତି ଅଭିଯୁକ୍ତ ବାପା। ମା’କୁ ଝୁରି ଝୁରି ଝିଅର ଏଭଳି ଅବସ୍ଥା ହୋଇଥିବା କହିଛନ୍ତି। ତେବେ ଏ ନେଇ ଥାନାରେ ଅଭିଯୋଗ ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe